ଗହ୍ମାପୂର୍ଣ୍ଣିମା

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଓଡିଶାରେ ଶ୍ରାଵଣ ମାସର ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା କୁହାଯାଏ । ଗୋ ପୂର୍ଣ୍ଣିମା ଅପଭ୍ରଂଶ ହୋଇ ଗହ୍ମା ପୂର୍ଣ୍ଣମାରେ ପରିଣତ ହୋଇଛି । ଶ୍ରୀକୃଷ୍ଣଙ୍କ ଵଡ ଭାଇ ଵଳରାମଙ୍କ ଜନ୍ଣ ଦିଵସ ଭାଵେ ମଧ୍ୟ ଏହି ଦିନଟିକୁ ପାଳନ କରାଯାଏ। ଶ୍ରାଵଣ ପୂର୍ଣ୍ଣିମା ଗହ୍ମା ପୂର୍ଣ୍ଣିମା ଭାଵେ ଯେତିକି ଲୋକପ୍ରିୟ ନୁହେଁ ରାକ୍ଷୀ ପୂର୍ଣ୍ଣିମା ଭାଵେ ସେତିକି ଲୋକପ୍ରିୟ। ଏହି ଦିନ ଭଉଣୀ ମାନେ ଭାଇ ମାନଙ୍କ ହାତରେ ରାକ୍ଷୀ […]

Samaya Live Picture
Published On

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଓଡିଶାରେ ଶ୍ରାଵଣ ମାସର ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା କୁହାଯାଏ । ଗୋ ପୂର୍ଣ୍ଣିମା ଅପଭ୍ରଂଶ ହୋଇ ଗହ୍ମା ପୂର୍ଣ୍ଣମାରେ ପରିଣତ ହୋଇଛି । ଶ୍ରୀକୃଷ୍ଣଙ୍କ ଵଡ ଭାଇ ଵଳରାମଙ୍କ ଜନ୍ଣ ଦିଵସ ଭାଵେ ମଧ୍ୟ ଏହି ଦିନଟିକୁ ପାଳନ କରାଯାଏ। ଶ୍ରାଵଣ ପୂର୍ଣ୍ଣିମା ଗହ୍ମା ପୂର୍ଣ୍ଣିମା ଭାଵେ ଯେତିକି ଲୋକପ୍ରିୟ ନୁହେଁ ରାକ୍ଷୀ ପୂର୍ଣ୍ଣିମା ଭାଵେ ସେତିକି ଲୋକପ୍ରିୟ। ଏହି ଦିନ ଭଉଣୀ ମାନେ ଭାଇ ମାନଙ୍କ ହାତରେ ରାକ୍ଷୀ ଵାନ୍ଧି ଥାଆନ୍ତି। ଉଦ୍ଦେଶ୍ୟ ହେଉଛି ଭଉଣୀର ଆପଦ ଵିପଦ ସମୟରେ ଭାଇ ତାର ସହାୟକ ହେଵ। ଭାଇ- ଭଉଣୀ ମଧ୍ୟରେ ସ୍ନେହର ଵନ୍ଧନକୁ ସୁଦୃଢ କରିଵା ପାଇଁ ରାକ୍ଷୀ ଵନ୍ଧାଯାଏ।

ଓଡିଶାରେ ଗହ୍ମାପୂର୍ଣ୍ଣିମା ପାଳନରେ ଏକ ସ୍ଵାତନ୍ତ୍ର୍ୟ ଦେଖିଵାକୁ ମିଳେ। ଯେଉଁମାନେ ଘରେ ଗାଇ ଗୋରୁ ରଖିଥାନ୍ତି ସେମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ଦିନଟିକୁ ପାଳନ କରିନ୍ତି। ପ୍ରଥମେ ଗାଇ ରହୁଥିଵା ଗୁହାଳକୁ ପରିଷ୍କାର କରି କାନ୍ଥରେ ଗାଇ ଗୋରୁଙ୍କର ଚିତ୍ର ସମେତ ଵିଭିନ୍ନ ଚାଷ ଉପକରଣ ଯଥା ହଳ, ଲଙ୍ଗଳ, ଶଗଡ, ଚିତ୍ର ଅଙ୍କନ କରାଯାଏ। ଵଳଦ ମାନଙ୍କୁ ଗାଧୋଇ ଦିଆଯାଇ ସେମାନଙ୍କ କପାଳରେ ଚନ୍ଦନ ଓ ଵେକରେ ଫୁଲମାଳ ପିନ୍ଧାଯାଏ। ଗାଇ ଗୋରୁ ମାନଙ୍କୁ ନୂଆ ଲୁଗା ପିନ୍ଧାଯିଵା ସହ ପିଠା ପଣା ପ୍ରସ୍ତୁତ କରି ଖାଇଵାକୁ ଦିଆଯାଏ।

ଏହି ଦିନ ଗାଁ ମାନଙ୍କରେ ଗହ୍ମାଡିଆଁର ଆୟୋଜନ କରାଯାଇଥାଏ । ରାଖୀ ପୂର୍ଣ୍ଣିମାରେ ପୁରୀ ଜିଲ୍ଲାରେ ନଡିଆ ଲଢେଇ ନାମରେ ଏକ ଖେଳ ମଧ୍ୟ ଖେଳାଯାଇଥାଏ । ଏହି ଦିନ ଚାଷୀମାନେ ବଳଭଦ୍ରଙ୍କ ଜନ୍ମ ଉତ୍ସବ ସହିତ ହଳ ଲଙ୍ଗଳ ପୂଜା କରାଯାଇଥାଏ ।

ଏଭଳି ଏକ ଅତୁଟ ବନ୍ଧନ ଏବର ନୁହେଁ । କାହିଁ କେଉଁ କାଳରୁ ଭାଇ ହାତରେ ରାଖୀ ବାନ୍ଧିବାର ପରମ୍ପରା ଚାଲିଆସିଛି । ପୁରାଣ ଓ ଇତିହାସରେ ଏଭଳି ଅନେକ ଘଟଣା ଲିପିବଦ୍ଧ ହୋଇ ରହିଛି, ଯାହା ଭାଇ ପ୍ରତି ଭଉଣୀର ତଥା ଭଉଣୀ ପ୍ରତି ଭାଇର ଥିବା ସ୍ନେହ, ଆନ୍ତରିକତା ଓ କର୍ତ୍ତବ୍ୟକୁ ଇଶାରା କରେ । ପୁରାଣରେ ଅସୁର ରାଜା ବଳି ଠାରୁ ମୋଗଲ ସମ୍ରାଟ ହୁମାୟୁନ୍‌ଙ୍କ ଯାଏଁ ରକ୍ଷାବନ୍ଧନ ଭଉଣୀର ସମ୍ମାନ ରକ୍ଷା କରିଆସିଛି । ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ । ଏକଦା ବଳିଙ୍କ ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗ କରି ବଳିଙ୍କ ରାଜପ୍ରାସାଦରେ ଅବସ୍ଥାନ କଲେ । ମାତ୍ର ମା’ ଲକ୍ଷ୍ମୀଙ୍କୁ ଏହା ସ୍ୱୀକାର ନଥିଲା । ତେଣୁ ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିଙ୍କ ହାତରେ ରାଖୀ ବାନ୍ଧିବା ସହିତ ବିଷ୍ଣୁଙ୍କୁ ବୈକୁଣ୍ଠକୁ ଫେରାଇ ଆଣିବା ପାଇଁ ଅନୁରୋଧ କଲେ । ତାଙ୍କ ଅନୁରୋଧ କ୍ରମେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବା ପାଇଁ ବଳି କହିଥିଲେ । ସେହିପରି ମହାଭାରତରେ ବି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ ଏକ ପୌରାଣିକ କାହାଣୀ ରହିଛି । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ରକ୍ତଶ୍ରାବ ଦେଖି ଦ୍ରୌପଦୀ ନିଜ ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା । ପ୍ରତିବଦଳରେ କୁରୁସଭାରେ କୌରବମାନେ ଦ୍ରୌପଦୀଙ୍କର ବସ୍ତ୍ରହରଣ କରିବାକୁ ଉଦ୍ୟମ କରୁଥିବାବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନ କରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ ।

Tags: