ମଜାରେ ମଜାରେ ଷ୍ଟାର

ମଜାରେ ମଜାରେ ଷ୍ଟାର
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଓଜନ ହ୍ରାସ

ସୋସିଆଲ ମିଡିଆର ଯେ କେବଳ ମଣିଷମାନେ ଭାଇରାଲ ହୋଇଥାଆନ୍ତି ତାହା ନୁହେଁ । ଏଭଳି ଅନେକ ଭିଡିଓ ଦେଖିବାକୁ ମିଳିଥାଏ ଯେଉଁଥିରେ ଏକାଧିକ ଜୀବମାନେ ମଧ୍ୟ ଭାଇରାଲ ହୋଇଥାଆନ୍ତି । ସେମାନଙ୍କର ମଜାକିଆ ଅନ୍ଦାଜ ଦର୍ଶକଙ୍କ ମନ କିଣିବାରେ ବେଶ ସମର୍ଥ ହୋଇଥାଏ । ଆସନ୍ତୁ ସେହିଭଳି କିଛି ଘଟଣା ସମ୍ପର୍କରେ ପଢିବା, ଯାହା ୨୦୨୫କୁ ଆହୁରି ମଜାଳିଆ ବନାଇଥିଲା ।

ସମ୍ବନ୍ଧିତ ଖବର ଉଦ୍ଭାବନର ସମ୍ଭାବନା

kjj

ସମ୍ବନ୍ଧିତ ଖବର ଅଜବ ପରମ୍ପରା

ପିଗମି ହିପ୍ପୋ

୨୦୨୫ରେ ଥାଇଲାଣ୍ଡ ଓ ଆମେରିକାର ଦୁଇଟି ଭିନ୍ନ ଚିଡିଆଖାନାର ହିପ୍ପୋ ଛୁଆ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲେ । ସେମାନେ ସାରା ବିଶ୍ବରେ ନିଜର କ୍ୟୁଟନେସ ପାଇଁ ପରିଚିତ ହୋଇପାରିଥିଲେ । ଅନେକ ସଂଖ୍ୟାରେ ପର୍ଯ୍ୟଟକ ସେମାନଙ୍କ ପାଖକୁ ଯାଇ ସେମାନଙ୍କ ସହିତ ଫଟୋ ଉଠାଇବା ସହିତ ଭିଡିଓ ମଧ୍ୟ କରିଥିଲେ । ଏହି ଭିଡିଓରେ ହିପ୍ପୋ ଛୁଆଙ୍କର ଖୁବ ସୁନ୍ଦର ଓ ପିଲାଳିଆ ଅନ୍ଦାଜ ଦେଖିବାକୁ ମିଳିଥିଲା, ଯାହାକୁ ସୋସିଆଲ ମିଡିଆରେ ସମସ୍ତେ ଏଞ୍ଜୟ କରିଥିଲେ । କିଛି ଦିନ ଭିତରେ ଏମାନେ ପାଲଟିଗଲେ ସୋସିଆଲ ମିଡିଆ ଷ୍ଟାର । ସବୁସ୍ଥାନରେ ଏମାନଙ୍କ ରିଲ୍ସ ଓ ଭିଡିଓ ଦେଖିବାକୁ ମିଳିଲା । ଅପଲୋଡ ହେଉଥିବା ଭିଡିଓ ସେମାନଙ୍କୁ ଅନେକ ମାତ୍ରାରେ ରିଆକସନ୍ ମିଳିବାକୁ ଲାଗିଲା ।

fghh

କାପାବେରା

ଆଉଏକ ଜୀବ ଯିଏ ଇଣ୍ଟରନେଟର ସବୁଠାରୁ ଚିଲ ଆନିମଲର ଟ୍ୟାଗ ପାଇଥିଲା ତାହାଥିଲା କାପାବେରା । ଇଣ୍ଟରନେଟରେ ସମସ୍ତେ ତା ଭିଡିଓକୁ ଖୁବ ଭଲ ପାଇବା ଦେଉଥିବାର ଦେଖିବାକୁ ମିଳିଥିଲା । ଅନେକ ମିମ୍ସ ତାର ଭିଡିଓ ଓ ତାର ରିଆକସନ୍କୁ ନେଇ ପ୍ରସ୍ତୁତ କରାଯାଇଥିଲା, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏହାକୁ ଆରାମ ବା ମଜା କରିବାର ପ୍ରତୀକ ଭାବେ ଇଣ୍ଟନେଟରେ ଗଣତି କରାଗଲା । ଅନ୍ୟ ପଶୁଙ୍କ ସହିତ ଏହାର ଅନେକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ପ୍ରତିଦିନ ଭାଇରାଲ ହେବାରେ ଲାଗିଥିଲା ।

8465d8f347aa7cc145cf6b9c33a0a3ac

ନାଲା କ୍ୟାଟ

ଏକ କୁନି ବିଲେଇ ୨୦୨୫ର ସୋସିଆଲ ମିଡିଆଷ୍ଟାର ପାଲଟିଥିଲା । ଏହି କୁନି ବିଲେଇର ନାଁ ନାଲା କ୍ୟାଟ ଯାହାର ଗିନିଜ ରେକର୍ଡରେ ନାଁ ସାମିଲ ହୋଇଥିଲା । ଏହି ବିଲେଇର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସବୁଠାରୁ ଅଧିକ ଫଲୋର୍ସ ଥିବାରୁ ତା ନାଁକୁ ଏହି ରେକର୍ଡରେ ସାମିଲ କରାଯାଇଥିଲା । ବିଲେଇଟିର ଖୁବ ସୁନ୍ଦର ଏକ୍ସପ୍ରେସନ ପାଇଁ ସମସ୍ତେ ଏହାକୁ ଖୁବ ଭଲପାଇବା ଦେଇଥିଲେ । ଏହାର ଅନେକ ରିଲ୍ସ ଓ ମିମ୍ସ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

11

ଡଗ୍ ଦି ପଗ୍

ସୋସିଆଲ ମିଡିଆର ଆଉ ଏକ ସେନ୍ସନ ପାଲଟିଥିବା ଡଗ୍ ଗି ପଗ୍ ଯିଏ ସାରା ବିଶ୍ବରେ ପରିଚିତ ହୋଇଥିଲା । ଏହାକୁ ସେଲିବ୍ରିଟି ଡଗର ଆଖ୍ୟା ମିଳିଥିଲା । ଏହି କୁକୁରଟି ପ୍ରତ୍ୟେକ ଭିଡିଓରେ ପପ୍ ଟ୍ରାଡିସନକୁ ରିକ୍ରିଏଟ କରୁଥିବାର ଦେଖିବାକୁ ମିଳୁଥିଲା । ଲୋକମାନେ ସୋସିଆଲ ମିଡିଆରେ ଏହାର ଭିଡିଓ ଦେଖିବାକୁ ଅପେକ୍ଷା କରି ରହୁଥିଲେ । ସାରା ବିଶ୍ବରେ ଏହି କୁକୁରଟିର ୧୯ ମିଲିଅନରୁ ଅଧିକ ଫ୍ୟାନ ରହିଛନ୍ତି, ଯେଉଁ କାରଣରୁ କୁକୁରଟି ଗ୍ଲୋବାଲ ଆଇକନ ପାଲଟିଥିଲା ।

Related Posts