ଅନ୍ତିମ ସଂସ୍କାର ବି ମହଙ୍ଗା
ପାକିସ୍ତାନର ଭୟଙ୍କର ଆର୍ଥିକ ସଙ୍କଟ ଯୋଗୁଁ ଏବେ ସେଠାରେ ଅନ୍ତିମ ସଂସ୍କାର କରିବା ସାଧାରଣ ଜନତାଙ୍କ ପାଇଁ ଅତ୍ୟନ୍ତ ବ୍ୟୟବହୁଳ ହୋଇପଡ଼ିଛି । ଯେଉଁଠାରେ ଜଣେ ବ୍ୟକ୍ତିଙ୍କୁ କବର ଦେବା ପାଇଁ ପ୍ରାୟ ୪୫ ହଜାର ପାକିସ୍ତାନୀ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ରାୱଲପିଣ୍ଡି ଭଳି ପ୍ରମୁଖ ସହରଗୁଡ଼ିକରେ କବର ଖୋଳିବା ଠାରୁ ଆରମ୍ଭ କରି କଫିନ କପଡ଼ା, ଗୋଲାପ ଜଳ ଏବଂ ଫୁଲ ପର୍ଯ୍ୟନ୍ତ ସମସ୍ତ ଜିନିଷର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ, ପକ୍କା କବର ପାଇଁ ଅତିରିକ୍ତ ୧୫ରୁ ୩୦ ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ୁଛି । ଏହି ପରିସ୍ଥିତି ଏପରି ହୋଇଛି ଯେ, ନିଜ ଆତ୍ମୀୟଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ଅନେକ ଲୋକ ଋଣ କରିବାକୁ ବାଧ୍ୟ ହେଉଛନ୍ତି, ଯାହା ପାକିସ୍ତାନର ଦୟନୀୟ ଅର୍ଥନୈତିକ ସ୍ଥିତିକୁ ସ୍ପଷ୍ଟ ଭାବେ ଦର୍ଶାଉଛି ।
Tags:



