ମାଙ୍କଡର ଶୁଦ୍ଧକ୍ରିୟା
By: Ipsita
ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ନିଆରା ଶୁଦ୍ଧକ୍ରିୟା । ଏଠାରେ ଏକ ମାଙ୍କଡର ମୃତ୍ୟୁରେ ଶୁଦ୍ଧକ୍ରିୟାର ଆୟୋଜନ କରାଯାଇଛି । ସୂଚନା ଅନୁସାରେ ଏକ ମାଙ୍କଡର କରେଣ୍ଟ ଲାଗିବା ଫଳରେ ମୃତ୍ୟୁ ହୋଇଥିଲା । ମାଙ୍କଡର ମୃତ୍ୟୁରେ ଗ୍ରାମବାସୀ ଖୁବ ଦୁଃଖ ପ୍ରକାଶ କରିବା ସହିତ ମାଙ୍କଡ ଉଦ୍ଦେଶ୍ୟରେ ପୂଜାପାଠ ଓ ଶୁଦ୍ଧକ୍ରିୟା ଭୋଜିର ଆୟୋଜନ କରିଥିଲେ । ମାଙ୍କଡର ଅନ୍ତିମ ସଂସ୍କାର ପୁରାପୁରି ମଣିଷ ଭଳି କରାଯାଇଥିଲା । ଗ୍ରାମବାସୀ ବ୍ୟାଣ୍ଡବାଜା ଡିଜେ ସହିତ ମାଙ୍କଡର ଅନ୍ତିମ ସଂସ୍କାର କରିବା ସହିତ ଲୋକମାନଙ୍କୁ ଖାଇବାକୁ ଦେଇଥିଲେ । ଏପରିକି ଲୋକମାନେ ମାଙ୍କଡ ପାଇଁ ଲଣ୍ଡା ମଧ୍ୟ ହୋଇଥିଲେ । ସୋସିଆଲ ମିଡିଆରେ ଘଟଣାଟି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।
Read More ଅସରପା କଫି
Tags:


