ଡେଲିଭରୀ ବୟରୁ କୋଟିପତି

ଡେଲିଭରୀ ବୟରୁ କୋଟିପତି
Ipsita Picture
By: Ipsita
Published On


ଚୀନର ଜଣେ ଯୁବକ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଅନେକଙ୍କର ପ୍ରେରଣା ପାଲଟିଛନ୍ତି । ୨୫ ବର୍ଷୀୟ ଏହି ଯୁବକ କେବଳ ଖାଇବା ଡେଲିଭରୀ କାମ କରି ପାଞ୍ଚ ବର୍ଷରେ କୋଟିପତି ହୋଇଛନ୍ତି । ତେବେ ଏଥିପାଇଁ ସେ ଖୁବ ପରିଶ୍ରମ କରିଥିବା ଜଣା ପଡିଛି । ଏହି କାମପାଇଁ ସେ ସାତଦିନ ଧରି ୧୩ ଘଣ୍ଟା କାମ କରିଛନ୍ତି । ସେହିଭଳି କେବଳ ଖାଇବା ଓ ନିଜର କିଛି ମୌଳିକ ଖର୍ଚ୍ଚ ଛଡା ସେ ଆଉ କୌଣସି ଖର୍ଚ୍ଚ କରୁନଥିବା ପ୍ରକାଶ କରିଛନ୍ତି । ତେବେ ୨୦୨୦ରେ ନିଜ ବ୍ୟବସାୟରେ ଅସଫଳ ହେବାପରେ ସେ ଏହି ଡେଲିଭରୀ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ପାଞ୍ଚ ବର୍ଷରେ ସେ ବାଇକ ସାହାଯ୍ୟରେ ୩ ଲକ୍ଷ ୨୪ ହଜାର କିମିର ଯାତ୍ରା କରି କୋଟିପତି ହୋଇଛନ୍ତି । ଏହି ଅର୍ଥରାଶିକୁ ବ୍ୟବହାର କରି ସେ ଏକ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଥିବା ଜଣାପଡିଛି ।

Tags: