ମଣିଷକୁ ଥଣ୍ଡା କରିବ ଫ୍ରିଜ

ମଣିଷକୁ ଥଣ୍ଡା କରିବ ଫ୍ରିଜ
Ipsita Picture
By: Ipsita
Published On

 

ଜାପାନରେ ମଣିଷଙ୍କୁ ଥଣ୍ଡା କରିବା ପାଇଁ ଏକ ସ୍ୱତନ୍ତ୍ର କୁଲିଂ ବୁଥ୍ ତିଆରି କରାଯାଇଛି, ଯାହା 'ମଣିଷ ବସିବା ଫ୍ରିଜ୍' ଭାବେ ପରିଚିତ। 'ଡୋ ରେଇମୋନ୍ ବକ୍ସ' ନାମକ ଏହି କୁଲିଂ ବୁଥକୁ ଏକ ଜାପାନିଜ କମ୍ପାନୀ ପ୍ରସ୍ତୁତ କରିଥିବା ବେଳେ ଏହା ଫ୍ରୋଜନ୍ ଫୁଡ୍ ଭେଣ୍ଡିଂ ମେସିନର ରେଫ୍ରିଜରେସନ୍ ସିଷ୍ଟମ୍ ଟେକ୍ନୋଲୋଜି ଉପରେ ଆଧାରିତ । ଏହି ବୁଥର ତାପମାତ୍ରା ପ୍ରାୟ ୧୫ ଡିଗ୍ରୀ ରଖାଯାଉଥିବା ବେଳେ ଏଥିରୁ ୫ଡିଗ୍ରୀ ସେଲସିଅସର ଥଣ୍ଡା ପବନ ସିଧାସଳଖ ଶରୀରର ମୁଣ୍ଡ, ବେକ ଏବଂ ପିଠି ଉପରେ ପଡ଼ିଥାଏ, ଯାହା ମାତ୍ର ୫ ରୁ ୧୦ ମିନିଟ୍ ମଧ୍ୟରେ ଶରୀରର ତାପମାତ୍ରା କମ୍ କରିଦିଏ । ସୁରକ୍ଷା ଦୃଷ୍ଟିରୁ ଏଥିରେ ଜଣେ ବ୍ୟକ୍ତି ଥରକରେ ସର୍ବାଧିକ ୨୦ ମିନିଟ୍ ପର୍ଯ୍ୟନ୍ତ ରହିପାରିବେ । ନିର୍ମାଣ ସ୍ଥଳ, ଫ୍ୟାକ୍ଟ୍ରି, ଗୋଦାମ ଏବଂ ରାସ୍ତାରେ କାମ କରୁଥିବା କର୍ମଚାରୀମାନଙ୍କୁ ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତ ବିପଦରୁ ରକ୍ଷା କରିବା ପାଇଁ ଏହାକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ।

Tags: