ରିଲ ବଦଳରେ ଫ୍ରି ଥାଇଲାଣ୍ଡ ଟ୍ରିପ
ଆଜିକାଲି ରିଲ୍ସ ବନାଇବା ଏକ ଫ୍ୟାଶନରେ ପରିଣତ ହୋଇ ସାରିଛି । ଛୋଟଠାରୁ ବଡ ସମସ୍ତେ ରିଲ୍ସ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ କରୁଥିବାର ଦେଖିବାକୁ ମିଳୁଛି । ତେବେ ନିକଟରେ ଜୟପୁରରେ ପ୍ରଥମଥର ପାଇଁ ରିଲ୍ସ ମହୋତ୍ସୋବର ଆୟୋଜନ କରାଯାଇଛି । ଏଥିରେ ଯେଉଁବ୍ୟକ୍ତି ସବୁଠାରୁ ଭଲ ରିଲ୍ସ ତିଆରି କରିବେ ସେମାନଙ୍କୁ ଥାଇଲାଣ୍ଡ ମାଗଣାରେ ବୁଲିବାକୁ ନିଆଯିବ । ଏହି ମହୋତ୍ସୋବ ବିଶେଷଭାବେ ସୋସିଆଲ ମିଡିଆ ଇନ୍ଫ୍ଲìଏନ୍ସରଙ୍କ ପାଇଁ । ଏଥିରେ ଭାଗନେବା ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି । ଏଥିରେ ଭାଗନେବାକୁ ହେଲେ ଆପଣଙ୍କ ସୋସିଆଲ ମିଡିଆ ପେଜରେ ଅତିକମରେ ୧୦ହଜାରରୁ ଅଧିକ ଫଲୋଅର୍ସ ରହିବାର ଆବଶ୍ୟକତା ରହିଛି, ଯାହାପରେ ଆପଣ ଏଥିପାଇଁ ରେଜିଷ୍ଟ୍ରେସନ କରିପାରିବେ । ସେହିଭଳି ରିଲ୍ସ ପ୍ରସ୍ତୁତ କରିବା ପାଇଁ ମଧ୍ୟ କିଛି ସ୍ୱତନ୍ତ୍ର ନିୟମ ରହିଛି । ରିଲ୍ସରେ ପ୍ରତିଯୋଗିଙ୍କୁ ଖଜାନା ମହଲର ସୁନ୍ଦରତା ଉପରେ ରିଲ୍ସ ପ୍ରସ୍ତୁତ କରିବାର ଅଛି । ଏହି ମହୋତ୍ସୋବର ଲକ୍ଷ ଭାରତର ସଂସ୍କୃତି ଏବଂ ଡିଜିଟାଲ କ୍ରିଏଟିଭିଟିକୁ ଗୋଟିଏ ବଡ ମଞ୍ଚ ଦେବା । ସୂଚନା ଅନୁସାରେ ଏହି ମହୋତ୍ସୋବ ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହା ଆଗକୁ ପ୍ରତିବର୍ଷ ଆୟୋଜନ ହେବ । ଯାହାଫଳରେ ଦେଶର ପର୍ଯ୍ୟଟନ ଆଗକୁ ବଢିବ ।


