ମାଗଣାରେ କେଶ କଟା

ମାଗଣାରେ କେଶ କଟା
Ipsita Picture
By: Ipsita
Published On

 

ସୋସିଆଲ ମିଡିଆରେ ଏକ ଘଟଣା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । କ୍ୟୁବାର ରାଜଧାନୀ ହଭାନାରେ କିଛି ବାରିକ ପ୍ରତି ସପ୍ତାହର ଗୁରୁବାର ଦିନ ସହରର ଏକ ଛକରେ ଥିବା ଗଛ ଛାଇ ତଳେ ଖୋଲା ସେଲୁନ୍ ଲଗାଇ ଲୋକମାନଙ୍କର ବାଳ କାଟିବା ସହ ଦାଢ଼ି ସମ୍ପୂର୍ଣ୍ଣ ମାଗଣାରେ କାଟୁଛନ୍ତି । ଯେଉଁଠାରେ ସେମାନେ ଏହି ସେବା ଯୋଗାଇବା ସହ ନୂଆ ବାରିକମାନଙ୍କୁ ଟ୍ରେନିଂ ମଧ୍ୟ ପ୍ରଦାନ କରୁଛନ୍ତି । ବାସ୍ତବରେ କ୍ୟୁବା ଏବେ ଆର୍ଥିକ ସଙ୍କଟ, ବିଦ୍ୟୁତ କାଟ୍ ଏବଂ ଜଳକଷ୍ଟ ଦେଇ ଗତି କରୁଥିବାବେଳେ ବଢ଼ୁଥିବା ମହଙ୍ଗା ପରିସ୍ଥିତି ଯୋଗୁଁ ସେଲୁନ୍‌ରେ ବାଳ କାଟିବା ଲୋକଙ୍କ ପାଇଁ ବହୁତ ମହଙ୍ଗା ହୋଇଯାଇଛି । କାରଣ ଏକ ହେୟାରକଟ୍‌ର ମୂଲ୍ୟ ବର୍ତ୍ତମାନ ୧,୦୦୦ ରୁ ୩,୦୦୦ କ୍ୟୁବାଇ ପେସୋ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ଯେଉଁଠି ଅନେକ ବୃଦ୍ଧଙ୍କ ମାସିକ ପେନସନ ମାତ୍ର ପ୍ରାୟ ୨,୦୦୦ ପେସୋ ଅଟେ। ଏହି ପରିପ୍ରେକ୍ଷୀରେ, ଗରିବ ତଥା ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏହି ଅଭିନବ ପ୍ରୟାସ ଦ୍ୱାରା ସେଠାକାର ଗରିବ ଶ୍ରେଣୀ ଏବଂ ବିଶେଷ କରି ବୟସ୍କ ବ୍ୟକ୍ତିମାନେ ସବୁଠାରୁ ଅଧିକ ଉପକୃତ ହେଉଛନ୍ତି । ସୋସିଆଲ ମିଡିଆରେ ଏଭଳି ଅଭିଯାନର ଖୁବ ପ୍ରଶଂସା ହେଉଥିବା ଦେଖିବାକୁ ମିଳୁଛି ।

Tags: