ମାଗଣା ଡେଟିଂ ଟ୍ରିପ
ବିଶ୍ବର ଅନ୍ୟତମ ସୁଖୀ ଦେଶ ଫିଲାଣ୍ଡ ପକ୍ଷରୁ ସିଙ୍ଗଲ ଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ଅନନ୍ୟ ଡେଟିଂ ଯାତ୍ରାର ଅଫର୍ ଦିଆଯାଇଛି । ଯେଉଁଥିରେ ଚୟନ ହୋଇଥିବା ପ୍ରାର୍ଥୀମାନେ ବିମାନ ଟିକେଟ୍, ହୋଟେଲ୍ ଏବଂ ଖାଦ୍ୟପେୟ ବାବଦରେ ଗୋଟିଏ ବି ପଇସା ଖର୍ଚ୍ଚ କରିବେ ନାହିଁ । ସେମାନଙ୍କର ଡେଟିଂ ଡିନର୍ ମଧ୍ୟ ସମ୍ପୂର୍ଣ୍ଣ ମାଗଣା ରହିବ । ଫିଲାଣ୍ଡର ପର୍ଯ୍ୟଟନ ବୋର୍ଡ 'ଭିଜିଟ୍ ଫିନଲ୍ୟାଣ୍ଡ' ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନରେ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଆବେଦନ କରିପାରିବେ । ଯାହା ପାଇଁ ଆବେଦନକାରୀଙ୍କୁ ଏକ ସଂକ୍ଷିପ୍ତ ଇଂରାଜୀ ଭିଡିଓ ପ୍ରସ୍ତୁତ କରି ଡେଟ୍ରେ କ'ଣ ପରିବେଷଣ କରିବେ ଏବଂ କାହିଁକି ତାହା ବର୍ଣ୍ଣନା କରିବାକୁ ପଡ଼ିବ । ଏହି ଭିଡିଓକୁ ଇନଷ୍ଟାଗ୍ରାମ, ଟିକଟକ୍ କିମ୍ବା ୟୁଟ୍ୟୁବ୍ରେ # ଫିନିସଡିନରଡେଟ ହ୍ୟାସ୍ଟାଗ୍ ସହିତ ନଭେମ୍ବର ୧୦ ସୁଦ୍ଧା ପୋଷ୍ଟ କରିବାକୁ ପଡ଼ିବ । ଏହାପରେ ଡିସେମ୍ବର ୧ରେ ଚୟନିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଆଗାମୀ ୨୦୨୭ ମସିହା ଫେବୃଆରୀ ୯ ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟ୍ରିପରେ ଚୟନ ହୋଇଥିବା ପ୍ରାର୍ଥୀମାନେ ହେଲସିଙ୍କି ଏବଂ ଟାମ୍ପେରେ ଅଞ୍ଚଳର ସ୍ଥାନୀୟ ଅବିବାହିତମାନଙ୍କ ସହିତ ଗ୍ରୁପ୍ ଡିନର୍ରେ ଯୋଗଦେବେ । ଯେଉଁଠାରେ ମାଛ, ବେରୀ ଏବଂ ଛତୁରେ ପ୍ରସ୍ତୁତ ପାରମ୍ପରିକ ଫିନିସ୍ ଖାଦ୍ୟ ପରିବେଷଣ କରାଯିବ । ତେବେ ଏହା କୌଣସି ବ୍ଲାଏଣ୍ଡ୍ ଡେଟ୍ ନୁହେଁ ବରଂ ମିଳିତ ଭାବେ ଖାଦ୍ୟ ଖାଇବା ଏବଂ ନୂତନ ଲୋକଙ୍କୁ ଭେଟିବାର ଏକ ସୁଯୋଗ ଅଟେବୋଲି ଆୟୋଜକ ମତ ଦେଇଛନ୍ତି ।




