ଏକାଠି ଦେଖାଗଲେ ୪ ଚନ୍ଦ୍ର !
By: Ipsita
ସମ୍ବନ୍ଧିତ ଖବର ସିମରୁ ବାହାରୁଛି ସୁନା
ରୁସ ଆକାଶରେ ପ୍ରଥମଥର ପାଇଁ ଏକାଠି ୪ଟି ଚନ୍ଦ୍ର ଆକାଶରେ ଦେଖିବାକୁ ମିଳିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଆକାଶରେ ଗୋଟିଏ ଅସଲ ଚନ୍ଦ୍ର ସହ ତାର ପାଖରେ ଆହୁରି ତିନୋଟି ଚନ୍ଦ୍ର ଦେଖିବାକୁ ମିଳିଛି । ତେବେ ଏହି ଘଟଣାଟି ଏକ ବିରଳ ଜ୍ୟୋତିର୍ବିଜ୍ଞାନଗତ ତ୍ରୁଟି, ଯାହାକୁ ପେରାସେଲିନ କୁହାଯାଇଥାଏ । ଥଣ୍ଡାଦିନେ ଆକାଶରେ ବରଫର ବହୁତ ଛୋଟଛୋଟ କଣିକା ରହିଥାଆନ୍ତି । ଚନ୍ଦ୍ରର କିରଣ ଏହି ବରଫରେ ମାଡ ହୋଇ ବିଛୁରିତ ହୋଇଥାଆନ୍ତି । ଯାହାଫଳରେ ଏଗୁଡିକ ଆଉଏକ ଚନ୍ଦ୍ର ପରି ଭ୍ରମ ସୃଷ୍ଟି କରନ୍ତି । ଠିକ ଏହି ଘଟଣା ରୁସରେ ଆକାଶରେ ଘଟିଛି, ଯାହା କ୍ୟାମେରାରେ ଲେନ୍ସରେ ଆକାଶରେ ୪ଟି ଚନ୍ଦ୍ର ଭଳି ଦେଖିବାକୁ ମିଳୁଛି ।
ସମ୍ବନ୍ଧିତ ଖବର ରହିଛି ମିଶ୍ରିତ ଫଳ
Tags:



