୧୧ ଫୁଟ ଲମ୍ବ ଡାଇନୋସରର ଜୀବାଶ୍ମ ଠାବ

୧୧ ଫୁଟ ଲମ୍ବ ଡାଇନୋସରର ଜୀବାଶ୍ମ ଠାବ
Ipsita Picture
By: Ipsita
Published On

 

ପଶ୍ଚିମ ଚୀନରେ ପ୍ରାୟ ୧୨୫ ନିୟୁତ ବର୍ଷ ପୁରୁଣା ‘କାୟରାସୋରସ୍ ଚାଙ୍ଗଲିଏନ୍‌ସିସ୍’ ନାମକ ଏକ ନୂତନ ଡାଇନୋସର ପ୍ରଜାତିର ସନ୍ଧାନ ମିଳିଛି । ଯାହା ନିଜର ବିଶାଳ ନଖ ଓ ଅଦ୍ଭୁତ ଶାରୀରିକ ଗଠନ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ‘ଜର୍ଣ୍ଣାଲ୍ ଅଫ୍ ସିଷ୍ଟମାଟିକ୍ ପାଲେଓଣ୍ଟୋଲୋଜି’ରେ ପ୍ରକାଶିତ ଏହି ଗବେଷଣା ଅନୁଯାୟୀ, ଗୋଡ଼ର ପଛ ଭାଗକୁ ଛାଡ଼ି ଏକ ପ୍ରାୟ ସମ୍ପୂର୍ଣ୍ଣ କଙ୍କାଳ ଜବତ କରାଯାଇଛି । ଏହା ଆଜିର ସମୟରେ ଏକ ଭାଲୁ ଭଳି ଦିଶୁଥିବା ଏକ ପ୍ରକାର ‘ଥେରିଜିନୋସୋରସ୍’  ପ୍ରଜାତିର ଥିଲାବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏହି ଡାଇନୋସରର ତିନୋଟି ଆଙ୍ଗୁଠିରେ ଶକ୍ତ ବଙ୍କା ନଖ, କ୍ଷୁଦ୍ର ଓ ଘଞ୍ଚ ଦାନ୍ତ ଏବଂ ଶକ୍ତ କାମୁଡ଼ିବା କ୍ଷମତା ସହ ପ୍ରାୟ ୧୧.୮ ଫୁଟ୍‌ର ଲମ୍ବ ରହିଥିଲା । ଚୀନର ବିଶିଷ୍ଟ ‘ୟିକ୍ସିଆନ୍ ଫର୍ମେସନ୍’ରୁ ମିଳିଥିବା ଏହି ଜୀବାଶ୍ମକୁ ତୁର୍କୀ ଦେବତା ‘କାୟରା’ ଏବଂ ଐତିହାସିକ ସ୍ଥାନ ‘ଚାଙ୍ଗଲି’ର ନାମାନୁସାରେ ନାମିତ କରାଯାଇଛି । ଯାହା ପୂର୍ବରୁ ସବୁଠାରୁ ବଡ଼ ଥିବା ‘ବେଇପିଆଓସୋରସ୍’ (୭ ଫୁଟ୍) ଠାରୁ ପ୍ରାୟ ଦୁଇଗୁଣା ବଡ଼ ଅଟେ ।

Tags: