ବୋକା ସିଂହ

ବୋକା ସିଂହ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପ୍ରଥମଥର ପତାକା ଉତ୍ତୋଳନ

ଆଈ ମା ପେଡିରେ ସବୁବେଳେ ବିଭିନ୍ନ ପଶୁପକ୍ଷୀଙ୍କ ସହାୟତାରେ ସବୁବେଳେ ନୀତିଶିକ୍ଷାରେ ଭରପୁର ଗପ ଦେଖିବାକୁ ମିଳିଥାଏ । ଏହି ଗପ ଗୁଡିକରେ ଛୋଟଛୋଟ ପିଲାଙ୍କୁ ପିଲାଦିନୁ ସମାଜ ପାଇଁ ପ୍ରସ୍ତୁତ କରାଯାଇଥାଏ । ସେହିଭଳି ଏକ ଗପ ହେଲା ବୋକା ସିଂହ ଯାହା ଆମକୁ ଜୀବନର ଅନେକ ମୂଲ୍ୟବାନ କଥା ଶିଖାଇଥାଏ ।

ସମ୍ବନ୍ଧିତ ଖବର ଡର ଚିହ୍ନୁଛି ଘୋଡା

 ଗପଟିରେ ଏକ ମୂଲ୍ୟବାନ କଥା ରହିଛି ଯାହାହେଲା ଆମର ଯେତେ ବଳ ଥିଲେ ବି ବୁଦ୍ଧି ନଥିଲେ ଏହା ଅକାମୀ ହୋଇଥାଏ । ତେଣୁ ସବୁବେଳେ ବଳ ସହିତ ବୁଦ୍ଧି ଲୋଡା ହୋଇଥାଏ । ବୁଦ୍ଧି ନଥିଲେ ଏକ ଛୋଟ ଠେକୁଆ ବି ମହାବଳଶାଳୀ ସିଂହଙ୍କୁ ହରାଇ ଦେଇପାରେ ବୋଲି ଏହି ଗପରେ ଶିକ୍ଷା ଦିଆଯାଇଛି । ଆସନ୍ତୁ ଜାଣିବା ଗପର ମୁଖ୍ୟ ବିଷୟବସ୍ତୁ । ଏକଦା ଗୋଟିଏ ଜଙ୍ଗଲରେ ସିଂହ ଟିଏ ରହୁଥିଲା । ସେ ନିଜକୁ ଜଙ୍ଗଲର ରାଜା ବୋଲି ଘୋଷଣା କରି ଜଙ୍ଗଲରେ ରହୁଥିବା ସମସ୍ତ ପଶୁପକ୍ଷୀଙ୍କୁ ଅତ୍ୟାଚାର କରୁଥିଲା । କେତେବେଳେ କାହା ଘର ଭାଙ୍ଗୁଥିଲା ତ କେତେବେଳେ କାହାର ଆହାର ଛଡାଇ ନେଉଥିଲା । ସିଂହର ଏଭଳି ବ୍ୟବହାରରେ ସମସ୍ତେ ଅତିଷ୍ଠ ହୋଇ ପଡିଥିଲେ । ହେଲେ ସିଂହ ବଳଶାଳୀ ହୋଇଥିବାରୁ ସମସ୍ତେ ତାକୁ ଡରୁଥିଲେ । କେହି ତାକୁ କିଛି କହୁନଥିଲେ । ସମସ୍ତେ ତାର ଅତ୍ୟାଚାରକୁ ମୁଣ୍ଡପାତି ସହୁଥିଲେ । ହେଲେ ସବୁ ପଶୁଙ୍କ ଭିତରେ ଗୋଟିଏ ଛୋଟ ଠେକୁଆ ସିଂହକୁ ପାନେ ଦେବାକୁ ଅଣ୍ଟା ଭିଡିଲା । ସେ ଛୋଟ ହେଲେ ବି ତାର ବୁଦ୍ଧି ଖୁବ ଅଧିକ । ସେ ସିଂହକୁ କିଭଳି ହରାଇବ ସେଥିପାଇଁ ଉପାୟ ପାଞ୍ଚିବାରେ ଲାଗିଲା । କିଛିଦିନ ଲଗାତାର ସିଂହକୁ ଲକ୍ଷ କରିବାରେ ଲାଗିଲା । ତାର ସମସ୍ତ କାର୍ଯ୍ୟ କଳାପ ଉପରେ ଧ୍ୟାନ ଦେଲା । ଏହାପରେ ଉପାୟ ବାହାରକଲା । ସିଂହକୁ ଯାଇ ଠେକୁଆ ଭେଟିଲା । କହିଲା ମହାରାଜ ଆପଣଙ୍କ ପରି ଆଉ ଏକ ଜୀବନ ଜଙ୍ଗଲକୁ ଆସିଛି, ଯିଏ ନିଜକୁ ଜଙ୍ଗଲର ରାଜା ବୋଲି କହୁଛି । ଆପଣଙ୍କୁ ମାରି ଖୁବଶୀଘ୍ର ରାଜଗାଦିରେ ବସିବ ବୋଲି କହୁଛି । ସିଂହ ଠେକୁଆର କଥା ଶୁଣି ରାଗିଗଲା । ଠେକୁଆ କହିଲା ମୁଁ ତାର ଘର ଜାଣିଛି, ଯଦି ଆପଣ କହିବେ ମୁଁ ଆପଣଙ୍କୁ ସେଠାକୁ ନେଇଯିବି । ମୁର୍ଖ ସିଂହ କ୍ଷମତା ଅନ୍ଧରେ ଅନ୍ଧ ହୋଇ ସେଠାକୁ ଯିବାକୁ ବାହାରିଲା । ଠେକୁଆ ସିଂହକୁ ଜଙ୍ଗଲରେ ଥିବା ଏକ ବଡ କୂଅ ପାଖକୁ ନେଇଗଲା । କହିଲା ଏହାରି ଭିତରେ ହିଁ ଅନ୍ୟ ସିଂହଟି ଲୁଚି ରହିଛି । ଏହାପରେ ବୋକା ସିଂହ କୂଅ ଭିତରକୁ ଚାହିଁଲା । କୂଅରେ ଥିବା ସଫା ପରିଷ୍କାର ପାଣିରେ ତାର ମୁହଁ ଦେଖାଗଲା । ନିଜ ଛବି ଦେଖି ସେ ଭାବିଲା ସତରେ କୂଅରେ ଆଉ ଏକ ସିଂହ ଲୁଚି ରହିଛି । ତେଣୁ ସେ ରାଗରେ ଗର୍ଜନ ଛାଡିଲା, କୂଅ ଭିତରୁ ମଧ୍ୟ ଗର୍ଜନ ଶୁଭିଲା । ଏହା ଭାବି ସିଂହର ବିଶ୍ବାସ ହୋଇଗଲା କି କୂଅରେ ଆଉ ଏକ ସିଂହ ରହିଛି । ତେଣୁ ସେ କୂଅ ଭିତରକୁ ଡେଇଁ ପଡିଲା । କୂଅରେ ଏତେ ଅଧିକ ପାଣି ଥିଲା କି ସିଂହ ବୁଡିଗଲା ଏବଂ ମରିଗଲା । ଏହାପରେ ଜଙ୍ଗଲର ସମସ୍ତ ପଶୁ ଠେକୁଆକୁ ଧନ୍ୟବାଦ ଦେଲେ । ଠେକୁଆଟି ଛୋଟ ହେଲେ ମଧ୍ୟ ନିଜ ବୁଦ୍ଧି ବଳରେ ସିଂହ ଭଳି ମହବଳଶାଳୀ ପଶୁକୁ ମଧ୍ୟ ସହଜରେ ହରାଇ ଦେଇଥିଲା ।

ସମ୍ବନ୍ଧିତ ଖବର ଅପରିଷ୍କାର ଗା଼ଡି ଚଲାଇଲେ ଜରିମାନା

Tags:

Related Posts