କ୍ୟାରିୟରକୁ ଦିଅନ୍ତୁ ଧ୍ୟାନ

କ୍ୟାରିୟରକୁ ଦିଅନ୍ତୁ ଧ୍ୟାନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ସୁରକ୍ଷିତ ହୋଲି ଟିପ୍ସ

ଜଣେ ମହିଳାଙ୍କୁ କେବଳ ଯେ ନିଜ ପରିବାରର ଯତ୍ନ ନେବାର ଅଛି ସେହିଭଳି ଭାବନାରୁ ବାହାରିବାକୁ ପଡିବ । ପରିବାରର ଧ୍ୟାନ ସହିତ ନିଜର ତଥା ନିଜ କ୍ୟାରିୟର ମଧ୍ୟ ଧ୍ୟାନ ରଖିବାକୁ ହେବ । ଯଦି ଆପଣ ବିବାହ ପୂର୍ବରୁ କୌଣସି କ୍ୟାରିୟରରେ ଅଛନ୍ତି , ଏବଂ ବିବାହ ପରେ ମଧ୍ୟ ଏହାକୁ ଚାଲୁ ରଖିବାକୁ ଚାହଁଛନ୍ତି । ତେବେ କାହା କଥାରେ ଏହାକୁ ଛାଡନ୍ତୁ ନାହିଁ । ପରିବାର ସହିତ କଥାହୋଇ ସେମାନଙ୍କୁ ବୁଝାଇ ଆପଣ ନିଜର କ୍ୟାରିୟରକୁ ସମୟ ଦେଇପାରିବେ । ବିବାହ ପରେ ଜଣେ ନାରୀର ଦୁନିଆ ସାଧାରଣତଃ ପରିବାର ଓ ପିଲାମାନଙ୍କ ଚାରିପାଖରେ ଘୁରି ବୁଲେ, କିନ୍ତୁ ଏହି ପ୍ରକ୍ରିୟାରେ ଅନେକ ସମୟରେ ସେ ନିଜର ପରିଚୟ ଓ ସ୍ୱପ୍ନକୁ ହଜାଇ ଦିଏ। କାମ କରିବା କେବଳ ଟଙ୍କା ରୋଜଗାରର ମାଧ୍ୟମ ନୁହେଁ, ବରଂ ଏହା ଆତ୍ମବିଶ୍ୱାସ, ସ୍ୱାଧୀନତା ଏବଂ ଦୁନିଆକୁ ବୁଝିବାର ଏକ ବାଟ, ଯାହା ପିଲାମାନଙ୍କର ଉତ୍ତମ ପାଳନପୋଷଣ ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ। ଯଦି ଆପଣ ପରିବାର ପାଇଁ ନିଜ କ୍ୟାରିୟର ଛାଡ଼ିଛନ୍ତି, ତେବେ ଏହାକୁ ପୁଣିଥରେ ଆରମ୍ଭ କରିବାପାଇଁ ମଧ୍ୟ ଭାବିପାରିବେ । ଯଦି ବିବାହର ପୂର୍ବ କ୍ୟାରିୟରକୁ ବଜାୟ ରଖିବା ସହଜ ନୁହେଁ , ତେବେ ଏହାର ବିକଳ୍ପରେ କିଛି କରିପାରିବେ । ଯେଉଁଥିରେ ଆପଣ ଉଭୟ ପରିବାର ଓ କ୍ୟାରିୟର ଭିତରେ ସନ୍ତୁଳନ ରଖିପାରିବେ । ଏଥିପାଇଁ ନିଜ ସାଙ୍ଗସାଥୀ ଓ ପରିବାର ସହିତ ଆଲୋଚନା କରି କ୍ୟାରିୟର ବାଛନ୍ତୁ, ଯେଉଁଥିରେ ଆପଣ ସହଜରେ ପୁଣି କମବ୍ୟାକ କରିପାରିବେ ।  ଏହା ଆପଣଙ୍କୁ ଏକ ସକାରାତ୍ମମକତା ଜୀବନ ପ୍ରଦାନ କରିବାରେ ଖୁବ ସହାୟତା କରିବ ।   

ସମ୍ବନ୍ଧିତ ଖବର ୧୦୦ ନିୟୁତ ବର୍ଷର ଡାଇନୋସର

Tags: