ଫୁଲରୁ ମିଳେ ଖୁସି

ଫୁଲରୁ ମିଳେ ଖୁସି
Ipsita Picture
By: Ipsita



ଫୁଲ ଆମ ସମସ୍ତଙ୍କ ଜୀବନ ପାଇଁ ଏକ ଆନନ୍ଦପୂର୍ଣ୍ଣ ସୃଷ୍ଟି ନିଶ୍ଚୟ । ଫୁଲଭରା ବଗିଚାରେ କିିଛି ସମୟ କାମ କଲେ ଶାରୀରିକ ଶ୍ରମ ସହ ଖୁସି ବି ମିଳେ । ସେହିଭଳି କିଛି ଫୁଲଗଛ ଘରର ବାସ୍ତୁଦୋଷ ଦୂର କରି ସୁଖସମୃଦ୍ଧି ଆଣିଥାଏ ବୋଲି ବିଶ୍ୱାସ ରହିଛି । 
- ବାସ୍ତୁଶାସ୍ତ୍ର ଅନୁସାରେ, ଘର ଅଗଣାରେ ମନ୍ଦାର ଗଛ ରହିବା ଅତ୍ୟନ୍ତ ଶୁଭ । ମନ୍ଦାର ଫୁଲ ଘରକୁ ସକାରାତ୍ମକ ଉର୍ଜ୍ଜା ଆଣିଥାଏ ।
- ପଦ୍ମଫୁଲକୁ ଆଧ୍ୟାତ୍ମିକତାର ପ୍ରତୀକ ବୋଲି ଧରାଯାଏ, ଘର ଅଗଣାରେ ହେଉ ଅବା ବାଡ଼ିପଟେ ପାଣିକୁଣ୍ଡ କରି ସେଥିରେ ଏହି ଫୁଲ ଲଗାଇଲେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ମାତା ଲକ୍ଷ୍ମୀଙ୍କୁ ପଦ୍ମଫୁଲରେ ସଜେଇ ପୂଜା କରାଯାଏ । 
- ଘରେ ଗେଣ୍ଡୁ ଗଛ ଲଗାଇବା ଦ୍ୱାରା ମଧ୍ୟ ସୁଖସମୃଦ୍ଧି ବଢ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ।
- ସୌନ୍ଦର୍ଯ୍ୟ ଓ ପ୍ରେମର ପ୍ରତୀକ ଭାବେ ଗ୍ରହଣ କରାଯାଉଥିବା ଗୋଲାପ ଫୁଲକୁ ବି ଭାଗ୍ୟଶାଳୀ ଫୁଲ ବୋଲି ଅନେକେ କହିଥାନ୍ତି । ବିବିଧ ରଙ୍ଗ ଓ ବାସ୍ନାର ଗୋଲାପ ସଭିଙ୍କର ପ୍ରିୟ । 
- ସୌଭାଗ୍ୟର ପ୍ରତୀକ କୁହାଯାଉଥିବା ଚମ୍ପା ଗଛକୁ ବି ଲଗାଇବା ଶୁଭ ହୋଇଥାଏ । ଶିବଙ୍କ ମଥାରେ ମାନସିକ କରି ଚମ୍ପାଫୁଲ ଅର୍ପଣ କରାଯାଇଥାଏ ।
- ଟଗର ଗଛ ବି ଘରେ ସୁଖଶାନ୍ତି ବୃଦ୍ଧି କରିଥାଏ । ଯାହାଙ୍କ ଅଗଣାରେ ଏହି ଗଛ ରହିଥାଏ ସେଠାରେ ପ୍ରଭୁଙ୍କର ବାସ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
- ରାତି ଶେଷରେ ଝରିଯାଉଥିବା ଗଙ୍ଗଶିଉଳି ଫୁଲର ଭୁରୁଭୁରୁ ବାସ୍ନା ମନରେ ଶାନ୍ତି ଭରିଦିଏ । ଏହାର ପତ୍ର ଓ ଫୁଲରେ ଅନେକଗୁଡ଼ିଏ ଔଷଧୀୟ ଉପକାରିତା ରହିଛି ।

Read More ଟ୍ରାଭେଲ୍‌ ଡାଏଟ୍‌

ଉତ୍କଳାନନ୍ଦ ଅଜୟ କୁମାର ବେହେରା 
ମୋ - ୯୪୩୭୦୩୧୨୫୩

Read More ଶୈବାଳରୁ ବିଜୁଳି

Tags:

Related Posts

ପ୍ରଦୂଷଣ ପ୍ରଭାବ

ପ୍ରଦୂଷଣ ପ୍ରଭାବ

ଗୁପ୍ତଚର ଓଡଶ

ଗୁପ୍ତଚର ଓଡଶ