ବାସ୍ତୁରେ ଫୁଲ ଗଛ
ସାଧାରଣତଃ ପୁଲକୁ ବାସ୍ନା ପାଇଁ ବ୍ୟବହାର ହୋଇଥାଏ । ଠାକୁର ପୂଜାଠାରୁ ଆରମ୍ଭ କରି ଘରେ ସାଜସଜ୍ଜା ପାଇଁ ମଧ୍ୟ ଫୁଲ ବ୍ୟବହାର କରାଯାଇଥାଏ । ହେଲେ ଫୁଲକୁ ନେଇ ମଧ୍ୟ ବାସ୍ତୁରେ କିଛି ନିୟମ ରହିଛି । ଯାହାକୁ ମାନିବ ଦ୍ୱାରା ଘରେ ସୁଖ ସମୃଦ୍ଧିର ବୃଦ୍ଧି ଘଟିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଫୁଲଗଛ ବିଷୟରେ ଯାହାକୁ ଘରେ ଲଗାଇବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଗୋଲାପ ଗୋଲାପକୁ ପ୍ରେମର […]
ସାଧାରଣତଃ ପୁଲକୁ ବାସ୍ନା ପାଇଁ ବ୍ୟବହାର ହୋଇଥାଏ । ଠାକୁର ପୂଜାଠାରୁ ଆରମ୍ଭ କରି ଘରେ ସାଜସଜ୍ଜା ପାଇଁ ମଧ୍ୟ ଫୁଲ ବ୍ୟବହାର କରାଯାଇଥାଏ । ହେଲେ ଫୁଲକୁ ନେଇ ମଧ୍ୟ ବାସ୍ତୁରେ କିଛି ନିୟମ ରହିଛି । ଯାହାକୁ ମାନିବ ଦ୍ୱାରା ଘରେ ସୁଖ ସମୃଦ୍ଧିର ବୃଦ୍ଧି ଘଟିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଫୁଲଗଛ ବିଷୟରେ ଯାହାକୁ ଘରେ ଲଗାଇବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
ଗୋଲାପ

ଗୋଲାପକୁ ପ୍ରେମର ପ୍ରତୀକ ଭାବେ ବିବେଚିତ କରାଯାଇଥାଏ । ବାସ୍ତୁ ଅନୁସାରେ ଘରେ ଗୋଲାପ ଗଛ ଲଗାଇବା ଦ୍ୱାରା ଶୁଭ ଫଳ ମିଳିଥାଏ । ଏହାକୁ ଦକ୍ଷିଣ-ପଶ୍ଚିମ ଦିଗରେ ଲଗାନ୍ତୁ । ଏଠାରେ ଲଗାଇଲେ ଘରେ ଶାନ୍ତ ବାତାବରଣ ବଜାୟ ରହିଥାଏ ।
ମନ୍ଦାର

ମନ୍ଦାର ଗଛ ଘରେ ରହିଲେ ବେଶ ଶୁଭ ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା ରହିଛି । ଏହାକୁ ଘରେ ଲଗାଇଲେ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଦୁର୍ଗା ଓ ଭଗବାନ ଗଣେଶଙ୍କର ଏହା ପ୍ରିୟ ହୋଇଥାଏ । ତେଣୁ ମନ୍ଦାରଗଛ ଘରେ ରହିଲେ ଭଗବାନଙ୍କ ଆର୍ଶୀବାଦ ପ୍ରାପ୍ତ ହୋଇଥାଏ । ଏହି ଗଛ ଘରେ ରହିଲେ ଘରେ ସକରାତ୍ମକତା ଭରି ରହିଥାଏ । ଏହାକୁ ସର୍ବଦା ଉତ୍ତର ଦିଗରେ ଲଗାନ୍ତୁ ।




