ସୁନା ଟାଇଲରେ ନିର୍ମିତ ଚଟାଣ

ସୁନା ଟାଇଲରେ ନିର୍ମିତ ଚଟାଣ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଲୋକ ହାତ ହଲାଇଲେ ରହୁଛି ଟ୍ରେନ

କିଛିଦିନହେବ ଚୀନର ଏକ ହୋଟେଲ ଖୁବ ଚର୍ଚ୍ଚାରେ ରହିଛି । ହୋଟେଲଟି ନିଜ ସୁନାର ଚଟାଣ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । ହୋଟେଲଟି ନିର୍ମାଣ ସମୟରେ ନିଜର ଏକ ଲମ୍ବା ଚଟାଣରେ ସୁନାର ଇଟା ଖଞ୍ଜିଥିଲା, ଯାହାକୁ ବର୍ତ୍ତମାନ କଢାଯାଇ ବିକ୍ରି କରାଯାଉଛି । ସୂଚନା ଅନୁସାରେ ୨୦୦୬ରେ ଏହି ହୋଟେଲର ନିର୍ମାଣ କରାଯାଇଥିଲା । ନିର୍ମାଣ ସମୟରେ ଗୋଟି ଲମ୍ବା ଚଟାଣ ତଳେ ଅସଲି ସୁନାର ଇଟା ଖଞ୍ଜା ଯାଇଥିଲା ଯାହାର ଓଜନ ରହିଥିଲା ୭୯ କିଗ୍ରା । ଏହାକୁ ଲୋକମାନେ ଗୋଲ୍ଡେନ ପାଥୱେର ନାମ ଦେଇଥିଲେ । ଦେଶବିଦେଶରୁ ଲୋକ କେବଳ ଏହି ଚଟାଣରେ ଚାଲିବା ପାଇଁ ଏହି ହୋଟେଲକୁ ଆସୁଥିଲେ । ଏହା ଏକ ପର୍ଯ୍ୟଟନସ୍ଥଳୀ ପାଲଟିଥିଲା । ହେଲେ ବର୍ତ୍ତମାନ ହୋଟେଲର ମାଲିକ ଏହି ସୁନାର ଇଟାକୁ ବିକ୍ରି କରିଦେଇଛନ୍ତି । ସୁନାର ବଢୁଥିବା ମୂଲ୍ୟ ଏହା ପଛର କାରଣ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ୧୧୭ କୋଟିରେ ଏହି ଇଟା ଗୁଡିକୁ ବିକ୍ରି କରାଯାଇଛି ।

ସମ୍ବନ୍ଧିତ ଖବର ଏଆଇ ନେଉଛି ଭଡାରେ ମଣିଷ

Tags: