ଭାସମାନ ଘର

ଭାସମାନ ଘର
Ipsita Picture
By: Ipsita
Published On

 

ଆମେରିକାର ଲୁଇସିଆନା ଅଞ୍ଚଳରେ ଏକ ଦୁଇମହଲା ଘର ପାଣି ଉପରେ ଭାସି ଭାସି ଗତି କରୁଥିବାର ଏକ ଅଭୂତପୂର୍ବ ଦୃଶ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କଟ୍ ଅଫ୍ ଅଞ୍ଚଳରେ ବ୍ଲୁ ହୋୱାର୍ଡ ନାମକ ଜଣେ ବ୍ୟକ୍ତି ଏହି ଚିତ୍ତାକର୍ଷକ ଭିଡିଓଟିକୁ କ୍ୟାମେରାରେ କଏଦ କରିଥିଲେ, ଯେଉଁଥିରେ ଜଣେ ବ୍ୟକ୍ତି ଘରର ବାରଣ୍ଡାରେ ବସି ଏକ ରିମୋଟ କଣ୍ଟ୍ରୋଲର ସାହାଯ୍ୟରେ ସମ୍ପୂର୍ଣ୍ଣ ଘରଟିକୁ ପାଣିରେ ନିୟନ୍ତ୍ରଣ କରୁଥିବା ଦେଖାଯାଇଛି । ଘରଟି ଏପରି ଭାବେ ଗତି କରୁଥିଲା ସେ ସତେ ଯେମିତି ଏହା ଏକ ନୌକାରେ ପରିଣତ ହୋଇଛି, ଏବଂ ଏହାର ଆଖପାଖରେ ଅନ୍ୟ କୌଣସି ଡଙ୍ଗା ବା ଗାଡ଼ି ନଥିଲା । ତେବେ ଏହି ଘରଟିକୁ କାହିଁକି ଏବଂ କିପରି ଭାବେ ପାଣିରେ ଚଲାଯାଉଥିଲା, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।  ଯଦିଓ ଲୁଇସିଆନାରେ ଜଳପ୍ଲାବନରୁ ରକ୍ଷା ପାଇବା ପାଇଁ ଭାସମାନ ଘର ନିର୍ମାଣର ପରମ୍ପରା ପୁରୁଣା । ଯେପରିକି ୨୦୦୯ରେ ନିଉ ଓରଲିନ୍ସଠାରେ ବନ୍ୟା ଜଳସ୍ତର ସହ ଉପରକୁ ଉଠିପାରୁଥିବା ରାଫ୍ଟ - ଆଧାରିତ ଘର ତିଆରି କରାଯାଇଥିଲା । ତଥାପି ରିମୋଟ୍ ସାହାଯ୍ୟରେ ପାଣି ଉପରେ ଏପରି ଘର ଚାଲିବାର ଦୃଶ୍ୟ ସମ୍ପୂର୍ଣ୍ଣ ଅନନ୍ୟ ଏବଂ ବିସ୍ମୟକର ।

Tags: