ଫ୍ଲୋଟିଂ କଲୋନୀ
ଅନେକ ସମୟରେ ସମୁଦ୍ରରେ ଜଳସ୍ତର ବଢିବା କାରଣରୁ ସମୁଦ୍ରତଟବର୍ତ୍ତୀ ଅଞ୍ଚଳର ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ତେବେ ଏହି ସମସ୍ୟାକୁ କେତେକାଂଶରେ ସମାଧାନ କରିବା ପାଇଁ ଚେଷ୍ଟା କରିଛନ୍ତି । ମାଲଦ୍ୱୀପର କିଛି ଆର୍ଟିଟେକଚର ମିଶି ଏକ ଉପାୟ ବାହାର କରିଛନ୍ତି, ଯାହା ହେଲା ଫ୍ଲୋଟିଂ ସିଟି । ବର୍ତ୍ତମାନ ସେମାନେ ପାଣିରେ ଭାସୁଥିବା ବିଲଡିଂ ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ଆସନ୍ତା ୫୦ ବର୍ଷ ଭିତରେ ଏହି ଫ୍ଲୋଟିଂ ସିଟି ନିର୍ମାଣ […]
ଅନେକ ସମୟରେ ସମୁଦ୍ରରେ ଜଳସ୍ତର ବଢିବା କାରଣରୁ ସମୁଦ୍ରତଟବର୍ତ୍ତୀ ଅଞ୍ଚଳର ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ତେବେ ଏହି ସମସ୍ୟାକୁ କେତେକାଂଶରେ ସମାଧାନ କରିବା ପାଇଁ ଚେଷ୍ଟା କରିଛନ୍ତି । ମାଲଦ୍ୱୀପର କିଛି ଆର୍ଟିଟେକଚର ମିଶି ଏକ ଉପାୟ ବାହାର କରିଛନ୍ତି, ଯାହା ହେଲା ଫ୍ଲୋଟିଂ ସିଟି । ବର୍ତ୍ତମାନ ସେମାନେ ପାଣିରେ ଭାସୁଥିବା ବିଲଡିଂ ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ଆସନ୍ତା ୫୦ ବର୍ଷ ଭିତରେ ଏହି ଫ୍ଲୋଟିଂ ସିଟି ନିର୍ମାଣ ସରିବ ବୋଲି ନିର୍ମାଣକାରୀ ସଂସ୍ଥା ଆକଳନ କରିଛନ୍ତି । ଫ୍ଲୋଟିଂ ବିଲïିଂର ବେସ୍କୁ କଙ୍କ୍ରିଟ୍ ଓ ଫୋମ୍କୁ ବ୍ୟବହାର କରି ଭାସିବା ପ୍ରଣାଳୀରେ ପ୍ରସ୍ତୁତ କରାଯାଇଥାଏ । ଯାହାଫଳରେ ଏହା ପାଣିର ସୁଅରେ ଉପର ତଳ ହୋଇ ଭାସିଥାଏ । ସମୁଦ୍ରର ଜଳସ୍ତର ବଢିଲେ ମାଲଦୀପ ଭଳି ଦେଶଙ୍କର ଚିନ୍ତା ବଢିଯାଇଥାଏ, କାରଣ ସବୁଠାରୁ ଅଧିକ କ୍ଷତି ଏମାନଙ୍କର ହିଁ ହେବ । ତେଣୁ ମାଲଦୀପ ସରକାର ଫ୍ଲୋଟିଂ କଲୋନୀ ତିଆରି କରିବାକୁ ଯୋଜନା କରିଛନ୍ତି । ରାଜଧାନୀରୁ ଏହା ମାତ୍ର ୧୦ ମିନିଟ୍ ଦୂରରେ ତିଆରି ହେବ । ଏହି କଲୋନୀରେ ସମସ୍ତ ଘରକୁ ଏକ ଉନ୍ନତ ଶୈଳୀରେ ପ୍ରସ୍ତୁତ କରାଯିବ । ବର୍ଷା ସମୟରେ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଏଥିରେ ଯମୁଥିବା ପାଣିକୁ ବାହାର କରିବା ପାଇଁ ମଧ୍ୟ ବାଟ କରାଯାଇଛି । ସେହିଭଳି ଏହି ଘରଗୁଡିକ ପ୍ରସ୍ତୁତ ହେଉଥିବା ଡଙ୍ଗାକୁ ବାତ୍ୟା ସମସ୍ୟରେ ପାଣିରୁ କାଢି ମଧ୍ୟ ହେବ । ଏହାର ଏକ ମଡେଲ ୨୦୧୯ରେ ପ୍ରସ୍ତୁତ କରାଯାଇଥିଲା, ଯାହାକୁ ୩୩ କୋଟିରେ ମିଆମିକୁ ବିକ୍ରି କରାଯାଇଥିଲା । ଏହି ମଡେଲ ପାଇଁ ବର୍ତ୍ତମାନ ବିଭିନ୍ନ ଦେଶରୁ ଅର୍ଡର ମିଳୁଥିବା ନିର୍ମାଣକାରୀ ସଂସ୍ଥା ପ୍ରକାଶ କରିଛି । ଆଗକୁ ଏହା ଏକ ପ୍ରକାର ବିପ୍ଳବ ଆଣିବ ବୋଲି ସମସ୍ତେ ଆଶା ରଖିଛନ୍ତି ।




