କଞ୍ଚାଲଙ୍କା ଖାଉଛନ୍ତି ମାଛ
ଚୀନରେ ଅନେକ ସମୟରେ ବିଭିନ୍ନ ଅଜବ ଘଟଣା ସାମନାକୁ ଆସିଥାଏ, ଯାହା ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ମାଛ ପାଳନ କେନ୍ଦ୍ର ନିଜ ମାଛଙ୍କୁ ପ୍ରତିଦିନ କଞ୍ଚା ଲଙ୍କା ଖାଇବାକୁ ଦେଉଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଦେଖିବାକୁ ମିଳିଛି । ଏହି ଫାର୍ମଟି ପାଖାପାଖି ୧୦ ଏକର ସ୍ଥାନରେ ନିର୍ମାଣ କରାଯାଇଛି । ଯେଉଁଠାରେ ୨ ହଜାରରୁ ଅଧିକ ମାଛ ରହୁଛନ୍ତି ଯେଉଁମାନଙ୍କୁ ପ୍ରତିଦିନ ଲଙ୍କା ଖାଇବାକୁ ଦିଆଯାଉଛି । ତେବେ ମାଛମାନଙ୍କ ପାଇଁ ଲଙ୍କା ଖାଇବା ଖୁବ ଲାଭ ଦାୟକ ହୋଇଥାଏ । ଏଥିରେ ଥିବା କ୍ୟା«ାଇସିନ ମାଛଙ୍କ ପାଚନତନ୍ତ୍ର ପାଇଁ ଖୁବ ଭଲ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ସେମାନଙ୍କର ଖାଦ୍ୟ ଭଲଭାବେ ହଜମ ହୋଇଥାଏ ବୋଲି ଏକ୍ସପର୍ଟ ମତ ଦେଇଥାଆନ୍ତି । ଏହି ସମସ୍ତ କାରଣରୁ ମାଛଙ୍କୁ ଏହି ଫାର୍ମରେ ଲଙ୍କା ଖାଇବାକୁ ଦିଆଯାଇଥାଏ ବୋଲି ଫାର୍ମର ମାଲିକ ପ୍ରକାଶ କରିଛନ୍ତି ।
Tags:




