ଅପରିଷ୍କାର ଗା଼ଡି ଚଲାଇଲେ ଜରିମାନା

ଅପରିଷ୍କାର ଗା଼ଡି ଚଲାଇଲେ ଜରିମାନା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କାଚ ବର୍ଷା ହେଉଥିବା ଗ୍ରହ

ଅବୁଧାବିରେ ଆଉ ଗଡିବନି ଅପରିଷ୍କାର ଗାଡି । ନିକଟରେ ସୂଚନା ଅନୁସାରେ ୟୁଏଇରେ ଅପରିଷ୍କାର ଗାଡି ଚଳାଇଲେ ମୋଟା ଅଙ୍କର ଜରିମାନା ଦେବାକୁ ହେବ । ମୁନିସିପାଲଟି ପକ୍ଷରୁ ଏହି ନୂଆ ନିୟମ ବର୍ତ୍ତମାନ ସେଠାରେ ଲାଗୁ କରାଯାଇଛି । ଧୂଳି ମାଟି ହେଉ କିମ୍ବା ପଙ୍କ ଛିଟାରେ ଅପରିସ୍କାର ହୋଇଥିବା ଗାଡି ସହରର ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ, ତେଣୁ ଏହି ଗାଡି ସହରରେ ଗଡିବା ମନା । ସେହିଭଳି ଏଥିପାଇଁ ବିଭିନ୍ନ ପ୍ରକାରର ଜରିମାନା ଧାର୍ଯ୍ୟ କରାଯାଇଛି । ପ୍ରଥମଥର ପାଇଁ ୧୨ ହଜାର, ଦ୍ବିତୀୟ ଥର ପାଇଁ ୨୪ ହଜାର ଓ ତୃତୀୟ ଥର ପାଇଁ ୫୦ ହଜାର ଟଙ୍କାର ଜରିମାନା ଦେବାକୁ ହେବ । ତେବେ ଯଦି ଗାଡି ଅଧିକ ଅପରିଷ୍କାର ହୋଇଛି ତେବେ ଅଧିକ ଜରିମାନ ଅର୍ଥାତ ଲକ୍ଷାଧିକ ଟଙ୍କା ଦେବାକୁ ହେବ ।

ସମ୍ବନ୍ଧିତ ଖବର ଜାତୀୟ କନ୍ୟା ସନ୍ତାନ ଦିବସ

Tags: