କେଶ ଭୁଲ କାଟି ଜରିମାନା
By: Ipsita
ସମ୍ବନ୍ଧିତ ଖବର ଗଞ୍ଜା ପାଇଁ ନୋଟିସ
ସୋସିଆଲ ମିଡିଆରେ ଗୋଟିଏ ଘଟଣା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀର ଗୋଟିଏ ସେଲୁନରେ ଜଣେ ମହିଳାଙ୍କର ଭୁଲ କେଶ କାଟିବାରୁ ଦୋକାନୀଙ୍କୁ ଜରିମାନା ଦେବାକୁ ପଡିଛି । ଏହି ଜରିମାନାର ମୂଲ୍ୟ ହେଉଛି ୨୫ ଲକ୍ଷ । ସୂଚନା ଅନୁସାରେ ୨୦୧୮ରେ ଜଣେ ମଡେଲ ସେଲୁନରେ କେଶ କାଟିବାକୁ ପହଞ୍ଚିଥିଲେ । ତେବେ ଏଠାରେ ତାଙ୍କର ହେୟାର କଟ ଭୁଲ ହୋଇଥିଲା, ଯାହାଫଳରେ ତାଙ୍କ ହାତରୁ ଅନେକ ମଡେଲିଂ ପ୍ରୋଜେକ୍ଟ ଦୂର ହୋଇଯାଇଥିବା ସେ ମତ ଦେଇଛନ୍ତି । ଏହାଫଳରେ ତାଙ୍କୁ ଅନେକ କିଛି ସହିବାକୁ ପଡିଥିଲା, ଯାହାପରେ ସେ ଏନେଇ କୋର୍ଟରେ କେସ ମଧ୍ୟ କରିଥିଲେ । କଞ୍ଜ୍ୟୁମର କୋର୍ଟରେ କେସ କରିବାପରେ ରାୟ ତାଙ୍କ ସପକ୍ଷରେ ଯାଇଛି । ମଡେଲଙ୍କୁ ଏଥିପାଇଁ ୨୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ମିଳିଛି । ଏହି ତଣ୍ଡ ଉକ୍ତ ସେଲୁନକୁ ଦେବାକୁ ହୋଇଛି ଯିଏ ମଡେଲଙ୍କର ହେୟାର କଟ ଭୁଲ କରିଥିଲେ ।
ସମ୍ବନ୍ଧିତ ଖବର ଲୋକ ହାତ ହଲାଇଲେ ରହୁଛି ଟ୍ରେନ
Tags:



