ସିଗାରେଟ ଟାଣିଲେ ଜରିମାନା

ସିଗାରେଟ ଟାଣିଲେ ଜରିମାନା
Ipsita Picture
By: Ipsita
Published On

 

କାନାଡାର ଏକ ସହର ଏବେ ନିଜର କଠୋର 'ନୋ-ସ୍ମୋକିଂ' ନିୟମକୁ ନେଇ ଚର୍ଚ୍ଚାରେ ରହିଛି, ଯେଉଁଠାରେ ବାହାରେ କିମ୍ବା ଖୋଲା ସ୍ଥାନରେ ସିଗାରେଟ୍ ପିଇବା ଏବେ ଆଉ ସହଜ ହେବନାହିଁ । ନୂତନ ନିୟମ ଅନୁଯାୟୀ, ସହରର ପାର୍କ, ସମସ୍ତ ସାଧାରଣ ସ୍ଥାନ, ବ୍ୟବସାୟିକ ଅଞ୍ଚଳ ଏବଂ ବିଭିନ୍ନ ଆଉଟଡୋର୍ ସ୍ଥାନରେ ଧୂମପାନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି କଟକଣା କେବଳ ସାଧାରଣ ସିଗାରେଟ୍ ପାଇଁ ନୁହେଁ, ବରଂ ଭେପ୍ , ଇ-ସିଗାରେଟ୍ ଏବଂ କ୍ୟାନାବିସ୍ ସ୍ମୋକିଂ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ଯଦି କେହି ଏହି ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ୨୦୦ ରୁ ୫୦୦ କାନାଡିୟାନ୍ ଡଲାର (ପ୍ରାୟ ୧୨,୦୦୦ ରୁ ୩୦,୦୦୦ ଟଙ୍କା) ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ । ଲୋକଙ୍କୁ ପରୋକ୍ଷ ଧୂମପାନର କୁପ୍ରଭାବରୁ ରକ୍ଷା କରିବା, ଜନସ୍ୱାସ୍ଥ୍ୟରେ ସୁଧାର ଆଣିବା ଏବଂ ସହରକୁ ସମ୍ପୂର୍ଣ୍ଣ ଭାବେ 'ସ୍ମୋକ୍-ଫ୍ରି' କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

Tags: