ଶୀଘ୍ର ସନ୍ତାନ ହେଲେ ଜରିମାନା
ଚୀନର ଏକ ଗ୍ରାମରେ ଦେଖିବାକୁ ମିଳିଛି ଅଜବ ନିୟମ । ଯେଉଁଥିରେ ଗାଁ କମିଟି ଲୋକଙ୍କ ପାଇଁ କିଛି ନୂଆ ନିୟମ ତିଆରି କରିଛନ୍ତି । ଏହି ନିୟମକୁ ବେଶ କଡାକଡି କରାଯାଇଛି, ଯାହାର ପାଳନ ନହେଲେ ଜରିମାନା ଦେବାକୁ ହେବ । ତେବେ ଏହି ତାଲିକାରେ ଭିନ୍ନଭିନ୍ନ ପ୍ରକାରର ନିୟମ ରହିଛି । ଯଦି ବିବାହର ୧୦ ମାସ ଭିତରେ ସନ୍ତାନ ଜନ୍ମ ହେଉଛି ତେବେ ପାଖାପାଖି ୩୫ ହଜାର ଟଙ୍କା ଜରିମାନା ଦେବାକୁ ହେବ । ବିନା ବିବାହରେ ସାଙ୍ଗହୋଇ ରହୁଥିବା ଯୋଡିକୁ ପ୍ରତି ବର୍ଷ ୬ହଜାର ଟଙ୍କା ଦେବାକୁ ହେବ । ଯଦି କୌଣସି ବ୍ୟକ୍ତି ନିଜ ରାଜ୍ୟ ବାହାରେ ବିବାହ କରନ୍ତି ତେବେ ତାଙ୍କୁ ୧୮ ହଜାର ଟଙ୍କା ଜରିମାନା ଗାଁକୁ ଦେବାକୁ ହେବ । ବିବାହ ପୂର୍ବରୁ ଗର୍ଭବତୀ ହେଲେ ୩୫ ହଜାର, ସ୍ୱାମୀ ସ୍ତ୍ରୀଙ୍କ କଳିରେ ଯଦି ଗାଁ ଲୋକ ସମାଧାନ କଲେ ତେବେ ଉଭୟଙ୍କୁ ୬୦ ହଜାର ଲେଖାଏଁ ଜରିମାନା ରାଶି ଦେବାକୁ ପଡିବ । ଗାଁରେ କୌଣସି ମିଥ୍ୟ ଖବରର ପ୍ରଚାର କରିବା ପାଇଁ ୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ । ସେହିଭଳି ଅନ୍ୟ ଗାଁରେ ମଦ ପିଇ କୌଣସି ହଙ୍ଗାମା କଲେ ୩୫ ହଜାରରୁ ୬୦ ହଜାର ମଧ୍ୟରେ ଜରିମାନା ଦେବାକୁ ହେବ । ତେବେ ଏହି ଖବର ଜଣା ପଡିବାପରେ ଏହାକୁ ବିରୋଧ କରାଯାଇଥିଲା ଯାହାପରେ ଏହି ନିୟମକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।



