ପସନ୍ଦର ସ୍ନିକର
ସ୍ନିକର ପିନ୍ଧିବାକୁ ସମସ୍ତେ ଭଲ ପାଇଥାଆନ୍ତି । ଦୁନିଆରେ ଏଭଳି ଅନେକ ବ୍ରାଣ୍ଡ ଅଛନ୍ତି, ଯେଉଁମାନଙ୍କର ଡିଜାଇନକୁ ସମସ୍ତେ ପସନ୍ଦ କରନ୍ତି । ଏହିଭଳି କିଛି ଡିଜାଇନ ସ୍ନିକର ଅପ ଦି ଇୟର ଭାବେ ଗଣା ଯାଇଥାଏ । ଆସନ୍ତୁ ସେହିଭଳି କିଛି ସ୍ନିକର ସମ୍ପର୍କରେ ଜାଣିବ ।
ଏୟାର୍ ଜୋର୍ଡାନ ୧
ଏହା ବାସ୍କେଟବଲ୍ ଷ୍ଟାର୍ ମାଇକେଲ୍ ଜର୍ଡାନଙ୍କ ଦ୍ୱାରା ଲୋକପ୍ରିୟ ହୋଇଥିବା ଏକ କ୍ଲାସିକ୍ ଡିଜାଇନ୍। ଏହାର 'ହାଇ-ଟପ୍' ଲୁକ୍ ଏବଂ ବୋଲ୍ଡ କଲର (ଯେପରିକି ଲାଲ୍ ଓ କଳା) ଏହାକୁ ସବୁବେଳେ ସ୍ନିକର୍ ଦୁନିଆର ଶ୍ରେଷ୍ଠ କରି ରଖିଛି। ଅଧିକାଂଶ ବର୍ଷ ଏହାର କୌଣସି ନା କୌଣସି ସ୍ୱତନ୍ତ୍ର ଏଡିସନ୍ ସର୍ବଶ୍ରେଷ୍ଠ ତାଲିକାରେ ରହିଥାଏ ।
ନାଇକି ଡଙ୍କ୍ ଲୋ
ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏହି ଡିଜାଇନ୍ ସବୁଠାରୁ ଅଧିକ ବିକ୍ରି ହେଉଥିବା ଜୋତା ମଧ୍ୟରୁ ଏକ । ଏହାର କଳା ଓ ଧଳା ରଙ୍ଗର 'ମିନିମାଲିଷ୍ଟ' ଡିଜାଇନ୍ ଯୋଗୁଁ ଏହା ଯେକୌଣସି ପୋଷାକ ସହିତ ସହଜରେ ପେୟାର ହୋଇଯାଇଥାଏ । ଏହାର ସରଳତା ଏବଂ ଟ୍ରେଣ୍ଡି ଲୁକ୍ ପାଇଁ ଏହା ଏହି ମାନ୍ୟତା ପାଇଥାଏ ।
ଆଡିଡାସ୍ ସାମ୍ବା
ଗତ ବର୍ଷ ଏହି ଡିଜାଇନ୍ ସାରା ବିଶ୍ୱରେ ଏକ ବଡ଼ ଧରଣର କମବ୍ୟାକ କରିଥିଲା । ଏହାର 'ସ୍ଲିମ୍' ଏବଂ 'ଫ୍ଲାଟ୍ ସୋଲ୍' ଡିଜାଇନ୍ ଏହାକୁ ଉଭୟ ଫୁଟବଲ୍ ମୈଦାନ ଏବଂ ରାସ୍ତାରେ ପିନ୍ଧିବା ପାଇଁ ଉପଯୁକ୍ତ କରିଥିଲା। ଏହା ଫ୍ୟାଶନ ଆଇକନ୍ମାନଙ୍କର ପ୍ରଥମ ପସନ୍ଦ ହୋଇ ଶ୍ରେଷ୍ଠ ସ୍ନିକର୍ ଭାବେ ଉଭା ହୋଇଥିଲା ।
ନ୍ୟୁ ବାଲାନ୍ସ ୨୦୦୨ଆର୍
ଏହା ଏକ ପ୍ରକୃତ 'ଡ୍ୟାଡ୍ ସ୍ନିକର୍' ଡିଜାଇନ୍ । ଏଥିରେ ବ୍ୟବହୃତ ହୋଇଥିବା ଅଭିନବ ଗ୍ରେ-କଲର୍ ସ୍କିମ୍ ଏବଂ ମୋଟା ସୋଲ୍ର ଆରାମଦାୟକ ଅନୁଭବ ଏହାକୁ ଉଚ୍ଚ ମାନ୍ୟତା ଦେଇଥାଏ । ଏହାର ରିଫାଇନ୍ଡ ଫିଚର ବା 'ପ୍ରୋଟେକ୍ସନ୍ ପ୍ୟାକ୍' ଡିଜାଇନ୍ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା ।
ନାଇକ୍ ଏୟାର୍ ମାକ୍ସ ୧
ଏହା ହେଉଛି ବିଶ୍ୱର ପ୍ରଥମ ଜୋତା ଯେଉଁଥିରେ ପାଦ ତଳେ ଥିବା 'ଏୟାର୍ ବବଲ୍' ବାହାରକୁ ଦେଖାଯାଇଥିଲା । ଏହି ଅଭିନବ ଡିଜାଇନ୍ ଯୋଗୁଁ ଏହା ଏକ କ୍ରାନ୍ତିକାରୀ ସ୍ନିକର୍ ପାଲଟିଛି ଏବଂ ସବୁବେଳେ ସମ୍ମାନଜନକ ସ୍ଥାନ ପାଇଆସିଛି ।



