୧୦୦ ପିଲାଙ୍କ ପିତା

୧୦୦ ପିଲାଙ୍କ ପିତା
Ipsita Picture
By: Ipsita
Published On


ଚୀନର ଜଣେ ବ୍ୟକ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି । ଉକ୍ତ ବ୍ୟକ୍ତିଙ୍କର ରହିଛନ୍ତି ୧୦୦ଜଣ ସନ୍ତାନ । ସୂଚନା ଅନୁସାରେ ଚୀନର ଗେମିଂ ଅରବପତି ଜୁ ବୋ ୧୦୦ ଜଣଙ୍କର ପିତା ପାଲଟିଛନ୍ତି । ସେ ଆମେରିକାରେ ସରୋଗେସୀ ମାଧ୍ୟମରେ ଏହି ୧୦୦ ଜଣ ପିଲାଙ୍କର ବାପା ହୋଇଥିବା ସୂଚନା ରହିଛି । ତେବେ ଅଧିକ ସନ୍ତାନ ଜନ୍ମ ପଛରେ ଉଦ୍ଦେଶ୍ୟ ରହିଛି ତାଙ୍କର ବ୍ୟବସାୟ ପରିଚାଳନା । ୨୦୨୩ରେ ସେ ଦେଇଥିବା ମନ୍ତବ୍ୟ ଖୁବ ଭାଇରାଲ ହୋଇଥିଲା, ଯେଉଁଥିରେ ସେ କହିଥିଲେ କି ତାଙ୍କର ୫୦ଜଣ ପୁଅ ଦରକାର ଯିଏ ତାଙ୍କର ବ୍ୟବସାୟକୁ ଭଲ ଭାବେ ପରିଚାଳନା କରିପାରିବେ । ତାଙ୍କର ଇଚ୍ଛା ତାଙ୍କର ଏକ ଖୁବ ବଡ ବ୍ୟବସାୟ ହେଉ ଯାହାକୁ କେବଳ ତାଙ୍କ ପୁଅମାନେ ପରିଚାଳନା କରନ୍ତୁ । ତେବେ ତାଙ୍କର କେତେଜଣ ପୁଅ ଅଛନ୍ତି ସେନେଇ କୌଣସ ସଠିକ ତଥ୍ୟ ନାହିଁ । କାରଣ ତାଙ୍କର ବାନ୍ଧବୀ ମନ୍ତବ୍ୟ ଦେଇଥିଲେ କି ତାଙ୍କର ୩୦୦ରୁ ଅଧିକ ସନ୍ତାନ ଅଛନ୍ତି ।

Tags: