ମହାକାଶରେ ଫ୍ୟାଶନ

ମହାକାଶରେ ଫ୍ୟାଶନ
Ipsita Picture
By: Ipsita
Published On

 

ଲଗଜୁରୀ ଫ୍ୟାଶନ ଏବଂ ମହାକାଶ ଅଭିଯାନର ଏକ ଅଭୂତପୂର୍ବ ସମନ୍ୱୟ  ବର୍ତ୍ତମାନ ଦେଖିବାକୁ ମିଳିଛି । ଇଟାଲୀର ପ୍ରସିଦ୍ଧ ଲଗଜୁରୀ ଫ୍ୟାଶନ ହାଉସ୍ 'ପ୍ରାଡା'  ମହାକାଶଚାରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷାକର ଆବରଣ ଉନ୍ମୋଚନ କରିଛି ।  ପ୍ରାଡା ପକ୍ଷରୁ ରବିବାର ଦିନ ଉନ୍ମୋଚିତ ଏହି ଶରୀର-ସଂଲଗ୍ନ ଭିତର ସ୍ତରର ସୁଟ୍କୁ ଆଗାମୀ ଦିନରେ ନାସାର ମହାକାଶଚାରୀମାନେ ସେମାନଙ୍କ ମହାକାଶ ଅଭିଯାନ ସମୟରେ ପିନ୍ଧିବେ । ଏହା ସହିତ ଦ୍ରୁତ ଗତିରେ ବଢ଼ୁଥିବା ମହାକାଶ ଶିଳ୍ପରେ ନିଜର ସ୍ଥିତି ଜାହିର କରିବାରେ ପ୍ରାଡା ପ୍ରଥମ ପ୍ରମୁଖ ବିଳାସପୂର୍ଣ୍ଣ ବ୍ରାଣ୍ଡ୍ ପାଲଟିଛି। ଆମେରିକାର ହ୍ୟୁଷ୍ଟନ ସ୍ଥିତ ମହାକାଶ ଭିତ୍ତିଭୂମି କମ୍ପାନୀ 'ଆକ୍ସିୟମ ସ୍ପେସ୍' ସହଯୋଗରେ ବିକଶିତ ଏହି ସ୍ୱତନ୍ତ୍ର ଗାର୍ମେଣ୍ଟରେ ଭେଣ୍ଟିଲେସନ୍ ଟ୍ୟୁବ୍ଗୁଡ଼ିକୁ ସିଧାସଳଖ ପୋଷାକ ଭିତରେ ବୁଣା ଯାଇଛି । ଯାହାକୁ 'ଲିକ୍ୱିଡ୍ କୁଲିଂ ଆଣ୍ଡ ଭେଣ୍ଟିଲେସନ୍ ଗାର୍ମେଣ୍ଟ' କୁହାଯାଉଛି ।  ଏହାପୂର୍ବରୁ ୨୦୨୪ ମସିହାରେ ପ୍ରାଡା ମହାକାଶ ଫ୍ୟାଶନ ଜଗତରେ ପ୍ରବେଶ କରି ନାସାର ଆର୍ଟେମିସ୍-୩ ପୃଥିବୀ କକ୍ଷପଥ ଅଭିଯାନ ଏବଂ ଆର୍ଟେମିସ୍-୪ ଚନ୍ଦ୍ର ଅବତରଣ ଅଭିଯାନ ପାଇଁ ଏକ ସ୍ପେସସୁଟ୍ ଡିଜାଇନ କରିଥିଲା ।

Tags: