ହାଇହିଲ୍ ପ୍ରଥମେ ପିନ୍ଧିଥିଲେ ପୁରୁଷ
ଯଦି ଆପଣ ଜଣେ ପୁରୁଷଙ୍କୁ ହାଇହିଲ୍ ପିନ୍ଧିବାକୁ କୁହନ୍ତି, ତେବେ ଏହାର ଉତ୍ତର ହେବ ଯେ ଏହା ମହିଳାମାନଙ୍କ ପାଇଁ ପ୍ରଜୁର୍ଯ୍ୟ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହାଇହିଲ୍ ପରମ୍ପରା ପୁରୁଷଙ୍କଠାରୁ ଆରମ୍ଭ ହୋଇଥିଲା । ଏହା ଏକ ଜୋତା ଭଳି ଆରମ୍ଭ ହୋଇଥିଲା ଯାହାକି ହିଲ୍ ପରି ଦେଖାଯାଉଥିଲା । ବିଶେଷକରି ଯୁଦ୍ଧ ଏବଂ ଘୋଡ଼ା ଚଢିବା ସମୟରେ ଏହା ବ୍ୟବହୃତ ହେଉଥିଲା । ପରେ ଧୀରେଧୀରେ ଏହି ହାଇହିଲ୍ ମହିଳାମାନଙ୍କ […]
ଯଦି ଆପଣ ଜଣେ ପୁରୁଷଙ୍କୁ ହାଇହିଲ୍ ପିନ୍ଧିବାକୁ କୁହନ୍ତି, ତେବେ ଏହାର ଉତ୍ତର ହେବ ଯେ ଏହା ମହିଳାମାନଙ୍କ ପାଇଁ ପ୍ରଜୁର୍ଯ୍ୟ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହାଇହିଲ୍ ପରମ୍ପରା ପୁରୁଷଙ୍କଠାରୁ ଆରମ୍ଭ ହୋଇଥିଲା । ଏହା ଏକ ଜୋତା ଭଳି ଆରମ୍ଭ ହୋଇଥିଲା ଯାହାକି ହିଲ୍ ପରି ଦେଖାଯାଉଥିଲା । ବିଶେଷକରି ଯୁଦ୍ଧ ଏବଂ ଘୋଡ଼ା ଚଢିବା ସମୟରେ ଏହା ବ୍ୟବହୃତ ହେଉଥିଲା ।

ପରେ ଧୀରେଧୀରେ ଏହି ହାଇହିଲ୍ ମହିଳାମାନଙ୍କ ପ୍ରିୟ ପରିଧାନ ପାଲଟିଥିଲା । ଏକ ସିଦ୍ଧାନ୍ତ ଅନୁଯାୟୀ, ଘୋଡ଼ା ଚଢ଼ିବା ସମୟରେ ଦଉଡ଼ିକୁ ମଜବୁତ ଟାଣି ରଖିବାରେ ଜୋତା ଭିତର ହିଲ୍ ସାହାଯ୍ୟ କରୁଥିଲା । ପର୍ସିଆ ସାମ୍ରାଜ୍ୟରେ ଏହାର ବ୍ୟବହାର ଦଶମ ଶତାବ୍ଦୀରୁ ଆରମ୍ଭ ହୋଇଥିଲା ।

ଏହି ସାମ୍ରାଜ୍ୟର ଲୋକମାନେ ଯୁଦ୍ଧ ସମୟରେ ଉଚ୍ଚ ଗୋଇଠି ଥିବା ଜୋତା ବ୍ୟବହାର କରୁଥିଲେ । ଏହି ସମୟ ମଧ୍ୟରେ ହାଇହିଲ୍ ଜୋତା ସୁରକ୍ଷା ଦୃଷ୍ଟିରୁ ବହୁତ ଶକ୍ତିଶାଳୀ ଏବଂ ଉନ୍ନତ ବୋଲି ବିବେଚନା କରାଯାଉଥିଲା । ଏକ ରିପୋର୍ଟ ଅନୁଯାୟୀ, ୧୫୯୯ରେ ପର୍ସିଆର ଶାହା ଅବାସ ଯେତେବେଳେ ୟୁରୋପକୁ ନିଜର ରାଷ୍ଟ୍ରଦୂତମାନଙ୍କୁ ପଠାଇଥିଲେ, ସେତେବେଳେ ଏହି ଜୋତା ତାଙ୍କ ସହିତ ୟୁରୋପରେ ପହଞ୍ଚିଥିଲା ।

ଏହା ପରେ, ଏହିପରି ଉଚ୍ଚ ହିଲ୍ ଜୋତାର ପ୍ରଚଳନ ବୃଦ୍ଧି ପାଇଥିଲା ଏବଂ ଏହା ଅନେକ ଦେଶରେ ବ୍ୟବହୃତ ହେବାକୁ ଲାଗିଲା । ଧୀରେଧୀରେ ଏହାକୁ ପିନ୍ଧିବା ସମ୍ଭ୍ରାନ୍ତମାନଙ୍କ ଏକ ଅଭ୍ୟାସରେ ପରିଣତ ହୋଇଗଲା । ଫ୍ରାନ୍ସର ଶାସକ ଲୁଇସ୍ ଚତୁର୍ଦ୍ଦଶଙ୍କ ଉଚ୍ଚତା ମାତ୍ର ପାଞ୍ଚ ଫୁଟ ଚାରି ଇଞ୍ଚ ଥିଲା । ଉଚ୍ଚତା କମ୍ ଯୋଗୁଁ ସେ ୧୦ ଇଞ୍ଚର ହାଇହିଲ୍ ପିନ୍ଧୁଥିଲେ ।

୧୭୪୦ ସୁଦ୍ଧା ପୁରୁଷମାନେ ହାଇହିଲ୍ ପିନ୍ଧିବା ବନ୍ଦ କରିଦେଇଥିଲେ, କି;ୁ ଧୀରେଧୀରେ ମହିଳାମାନେ ସେହି ସମୟ ମଧ୍ୟରେ ଏହାକୁ ପିନ୍ଧିବା ଆରମ୍ଭ କଲେ ।

ପରବର୍ତ୍ତୀ ୫୦ ବର୍ଷରେ, ପୁରୁଷଙ୍କ ଜୋତାର ହାଇହିଲ୍ କମ୍ ହୋଇଗଲା ଏବଂ ମହିଳାଙ୍କ ଚପଲରେ ଲାଗିଥିବା ହିଲ୍ ଲମ୍ବା ହେବା ଆରମ୍ଭ ହେଲା । ସମୟ ସହିତ ବିଭିନ୍ନ ଆକାର ଏବଂ ଡିଜାଇନର ହାଇହିଲ୍ ବାହାରିଲା ।

ତେବେ ବିଜ୍ଞାନ ହାଇହିଲ୍କୁ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରେ ନାହିଁ ।




