ବିଦାୟ ସୁର ସମ୍ରାଜ୍ଞୀ

ବିଦାୟ ସୁର ସମ୍ରାଜ୍ଞୀ
Ipsita Picture
By: Ipsita
Published On

 

ଦଶନ୍ଧି ଦଶନ୍ଧି ଧରି ନିଜ ମଧୁର ସ୍ୱରରେ କୋଟି କୋଟି ଶ୍ରୋତାଙ୍କ ହୃଦୟ ଜିତିଥିବା ସୁର ସାମ୍ରାଜ୍ଞୀ ଆଶା ଭୋସଲେଙ୍କ ପରଲୋକ ସହ ଏକ ସ୍ୱର୍ଣ୍ଣିମ ଯୁଗର ଅନ୍ତ ଘଟିଛି। ତାଙ୍କ ବିୟୋଗରେ ସାରା ଭାରତୀୟ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଚଳଚ୍ଚିତ୍ର ସଙ୍ଗୀତଠାରୁ ଆରମ୍ଭ କରି ଭଜନ ଓ ଗଜଲ୍ ପର୍ଯ୍ୟନ୍ତ ସବୁଥିରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିବା ଆଶାଜୀଙ୍କ ଅବଦାନ ପାଇଁ ସେ ସଦାସର୍ବଦା ଭାରତୀୟ ସହିତ ବିଶ୍ବର ସଙ୍ଗୀତପ୍ରେମୀଙ୍କ ହୃଦୟରେ ଜୀବନ୍ତ ରହିବେ ।

 ମାତ୍ର ୧୦ ବର୍ଷ ବୟସରୁ ନିଜର ସ୍ବରର ଯାଦୁରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ଆଶା ଭୋସଲେ । ୧୦ ବର୍ଷରୁ ଆରମ୍ଭ ହୋଇଥିବା କ୍ୟାରିୟର ଅବିରତ ଭାବେ ୮୨ ବର୍ଷ ଧରି ଜାରି ରହିଥିଲା, ଯେଉଁଥିରେ ପୂର୍ଣ୍ଣଛେଦ ଟାଣିଛି ମୃତ୍ୟୁ ।  ଦୀର୍ଘ ୮୨ ବର୍ଷର କ୍ୟାରିୟର ମଧ୍ୟରେ ୧୨ ହଜାରରୁ ଅଧିକ ଗୀତ ଗାଇ 'ଗିନିଜ୍ ୱାର୍ଲ୍ଡ ରେକର୍ଡ'ରେ ନିଜ ନାମ ସ୍ଥାନିତ କରିଥିଲେ  ଆଶା। ଶାସ୍ତ୍ରୀୟ ସଙ୍ଗୀତଠାରୁ ଆରମ୍ଭ କରି ପପ୍, ଜ୍ୟାଜ୍ ଏବଂ ଗଜଲ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ତାଙ୍କର ଥିଲା ଅସାଧାରଣ ପ୍ରତିଭା ।  ନିଜର ପାରଦର୍ଶିତା ପାଇଁ ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି । ତେବେ ସବୁଠାରୁ ବଡ ସମ୍ମାନ ଥିଲା ତାଙ୍କ ପାଇଁ ଦର୍ଶକଙ୍କ ଭଲ ପାଇବା । ଦଶନ୍ଧି ଦଶନ୍ଧି ବିତିଯାଇଥିଲେ ବି ସେ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ । ତାଙ୍କ ଗୀତ ଶୁଣିବାକୁ ଦର୍ଶକ ସବୁବେଳେ ଅପେକ୍ଷା କରି ରହୁଥିଲେ । ଏପରିକି ଯେଉଁଠି ତାଙ୍କ ବାଜୁଥିଲା ସମସ୍ତେ ଘଡିଏ ରହି ଏହାକୁ ମନଭରି ଉପଭୋଗ କରୁଥିଲେ । ଆଜି ତାଙ୍କର ଅବର୍ତ୍ତମାନ ହୋଇଛି ସତ ହେଲେ ଦର୍ଶକଙ୍କ ହୃଦୟରେ ସବୁବେଳେ ସେ ସଙ୍ଗୀତର ରାଣୀ ହୋଇ ରହିବେ ।

Tags: