ଫ୍ୟାନଙ୍କ ସେନାପତି

ଫ୍ୟାନଙ୍କ ସେନାପତି
Ipsita Picture
By: Ipsita
Published On

 

ଅଭିନୟ ଦୁନିଆରେ ପାଦ ଦେବା ଠାରୁ ଫ୍ୟାନଙ୍କର ତାଙ୍କ ପ୍ରତି ଖୁବ ଭଲ ପାଇବା ଥିଲା । ତାଙ୍କର ସବୁ ଫିଲ୍ମକୁ ସେମାନେ ହିଟ କରାଉଥିଲେ । ତେଣୁ ଯେତେବେଳେ ବିଜୟ ଫିଲ୍ମରୁ ସନ୍ୟାସ ନେଇ ରାଜନୀତିରେ ଯୋଗ ଦେବାର ନିଷ୍ପତି ନେଲେ, ସେତେବେଳେ ସେ ଯେମିତି ପାଲଟିଯାଇଥିଲେ ଫ୍ୟାନଙ୍କର ସେନାପତି । ଏହା ତାଙ୍କୁ ମିଳିଥିବା ବିପୁଳ ବିଜୟରୁ ହିଁ ଜଣା ପଡିଥାଏ । ତାଙ୍କର ରଣନୀତିକୁ ବର୍ତ୍ତମାନ ସୁବସ୍ଥାନରେ ପ୍ରଶଂସା ମିଳିବାରେ ଲାଗିଛି, ଯାହାକୁ ବ୍ୟବହାର କରି ସେ ତାମିଲନାଡୁର ଦୁଇଟି ଦୁଇଟି ବଡବଡ ଦଳଙ୍କୁ ଧରାଶାୟୀ କରିଛନ୍ତି । ତେବେ ଅଭିନେତା ଥିବାବେଳରୁ ହିଁ ତାମିଲନାଡୁ ସହିତ ଦେଶର ଅନ୍ୟ ରାଜ୍ୟରେ ତାଙ୍କର କ୍ରେଜ ଦେଖିବାକୁ ମିଳିଥାଏ । ୨୦୨୧ ମସିହାରେ ବିଜୟ ସବୁଠାରୁ ଅଧିକ ଟ୍ୱିଟ୍ କରାଯାଇଥିବା ଦକ୍ଷିଣ ଭାରତୀୟ ଅଭିନେତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।  ସେହିଭଳି ତାଙ୍କ ଫିଲ୍ମ ରିଲିଜ୍ ଦକ୍ଷିଣ ଭାରତରେ କୌଣସି ପର୍ବଠାରୁ କମ୍ ନୁହେଁ ଏବଂ ସିନେମାର ପ୍ରଥମ ଶୋ’ ସକାଳ ୪ଟାରୁ ଆରମ୍ଭ ହୋଇଥାଏ । ପ୍ରଶଂସକମାନେ ତାଙ୍କ କଟ୍-ଆଉଟ୍ ଉପରେ କ୍ଷୀର ଢାଳି ଅଭିଷେକ କରନ୍ତି ଏବଂ ପ୍ରତିଟି ଫିଲ୍ମ ରିଲିଜ୍ ସମୟରେ ବ୍ୟାଣ୍ଡ ବାଜା ବାଜିଥାଏ । ବର୍ତ୍ତମାନ ଏହି ପ୍ରଶଂସକମାନେ ହିଁ ତାଙ୍କ ରାଜନୈତିକ ଦଳର ମେରୁଦଣ୍ଡ ସାଜିଛନ୍ତି, ଯେଉଁ କାରଣରୁ ସେ ଏତେ କମ ସମୟରେ ମଧ୍ୟ ବିପୁଳ ମାତ୍ରାରେ ଭୋଟ ପାଇ ବିଜୟ ହୋଇଛନ୍ତି ।

Tags: