ଆଖିର ଯାଞ୍ଚ ଜରୁରୀ

ସାଧାରଣତ ଲୋକମାନେ ଆଖିକୁ ଛାଡି ଆଉ ସମସ୍ତ ଅଙ୍ଗର କିଛିକିଛି ସମୟ ବ୍ୟବଧାନରେ ପରୀକ୍ଷା କରାଇଥାଆନ୍ତି । ହେଲେ ଆଖିର ମଧ୍ୟ ଚେକଅପ ଖୁବ ଆବଶ୍ୟକ ହୋଇଥାଏ । ଏପରି କରିବା ଦ୍ୱାରା ଅନେକ ଗମ୍ଭୀର ରୋଗକୁ ଏଡାଇ ହୋଇଥାଏ । ଏଭଳି ଅନେକ ଆଖି ସମସ୍ୟା ରହିଥାଏ ଯାହା କୌଣସି ଲକ୍ଷଣ ନଥାଇ ଧୀରେଧୀରେ ବଢିଥାଏ ଏବଂ ଆମର ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇଥାଏ । ଏହାସହ ଆଖିର ଚେକଅପ ଦ୍ୱାରା ଆହୁରି ଅନେକ ରୋଗର […]

ଆଖିର ଯାଞ୍ଚ ଜରୁରୀ
Samaya Live Picture
Published On

ସାଧାରଣତ ଲୋକମାନେ ଆଖିକୁ ଛାଡି ଆଉ ସମସ୍ତ ଅଙ୍ଗର କିଛିକିଛି ସମୟ ବ୍ୟବଧାନରେ ପରୀକ୍ଷା କରାଇଥାଆନ୍ତି । ହେଲେ ଆଖିର ମଧ୍ୟ ଚେକଅପ ଖୁବ ଆବଶ୍ୟକ ହୋଇଥାଏ । ଏପରି କରିବା ଦ୍ୱାରା ଅନେକ ଗମ୍ଭୀର ରୋଗକୁ ଏଡାଇ ହୋଇଥାଏ । ଏଭଳି ଅନେକ ଆଖି ସମସ୍ୟା ରହିଥାଏ ଯାହା କୌଣସି ଲକ୍ଷଣ ନଥାଇ ଧୀରେଧୀରେ ବଢିଥାଏ ଏବଂ ଆମର ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇଥାଏ । ଏହାସହ ଆଖିର ଚେକଅପ ଦ୍ୱାରା ଆହୁରି ଅନେକ ରୋଗର ସନ୍ଧାନ ମଧ୍ୟ ମିଳିଥାଏ । ଆଖିର ଟେଷ୍ଟ ଦ୍ୱାରା ବିଭିନ୍ନ ରୋଗ ଗ୍ଲାଉକୋମା, ମୋତିଆବିନ୍ଦୁ, ଡାଇବେଟିକ୍‌ ରେଟିନୋପାଥି ଏବଂ ବୟସ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଏହାଦ୍ୱାରା ଜଣାପଡିଥାଏ । ଆଖିରେ ଥିବା ରେଟିନା, ଅପଫିକ୍‌ ନର୍ଭ ଓ ବ୍ଲଡ ଭେସେଲ ସାହାଯ୍ୟରେ ଡାକ୍ତରମାନେ ରୋଗର ଲକ୍ଷଣ ଖୁବ ଆଗରୁ ଚିହ୍ନଟ କରିପାରିବେ । ଏହାଦ୍ୱାରା ଆମର ଅନେକ ପ୍ରକାର ରୋଗ ପୂର୍ବରୁ ଜଣା ପଡିପାରିବ ବୋଲି ଡାକ୍ତର ମତ ଦେଇଛନ୍ତି । ତେଣୁ ମଝିରେ ମଝିରେ ଆଖିର ଚେକଅପ କରାଇବାର ଆବଶ୍ୟକତା ରହିଛି ।

Tags: