ମହାକାଶରେ ବ୍ୟାୟାମ

ମହାକାଶରେ ବ୍ୟାୟାମ
Ipsita Picture
By: Ipsita
Published On

 

ମହାକାଶରୁ ଅନେକ ସମୟରେ ମହାକାଶଚାରୀମାନେ ବିଭିନ୍ନ ପ୍ରକାରର ଭିଡିଓ ସେୟାର କରନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ମହାକାଶଚାରୀ ଅନିଲ ମେନନ୍ ସ୍ପେସ ଷ୍ଟେସନରେ ବ୍ୟାୟାମ କରିବାର ଗୁରୁତ୍ୱ ଏବଂ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରି ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଶୀର୍ଷାସନ କରୁଥିବାର ନଜର ଆସିଛନ୍ତି । ମହାକାଶରେ ବ୍ୟାୟାମ କରିବା ପାଇଁ ଏକାଗ୍ରତା, ଦୃଢ଼ ସଂକଳ୍ପ ଓ କଠିନ ପରିଶ୍ରମର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଛନ୍ତି । ତେବେ ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ନିୟମିତ ବ୍ୟାୟାମ ନ କଲେ ମାସକୁ ୩ ପ୍ରତିଶତ ହାଡ଼ର ଓଜନ, ୧୦ରୁ ୧୫ ପ୍ରତିଶତ ମାଂସପେଶୀ ଓ ଶରୀରର ଓଜନ ହ୍ରାସ ପାଇବା ସହ ଶରୀରର ଅମ୍ଳଜାନ ଗ୍ରହଣକ୍ଷମତା ୧୦ ପ୍ରତିଶତରୁ ଅଧିକ କମିଯାଇଥାଏ । ଏହି ଅବସରରେ ସେ ତାଙ୍କ ବନ୍ଧୁ ତଥା ପ୍ରଶିକ୍ଷକ ନୌସେନା କ୍ୟାପଟେନ୍ ଜ୍ୟାକ୍ ହାଥୱେଙ୍କୁ ମନେ ପକାଇଛନ୍ତି ।

Tags: