ସିରିଜକୁ ନେଇ ଉତ୍ସାହିତ

ସିରିଜକୁ ନେଇ ଉତ୍ସାହିତ
Ipsita Picture
By: Ipsita
Published On

 

ଲୋକପ୍ରିୟ ଶୋ’ ‘ଇନ୍ସପେକ୍ଟର ଅବିନାଶର ଦ୍ୱିତୀୟ ସିଜନ୍ର ଟ୍ରେଲର୍ ରିଲିଜ୍ ହୋଇଯାଇଛି। ଏହି ସିରିଜରେ ନିର୍ଦ୍ଦେଶକ ନୀରଜ ପାଠକ ୧୯୯୦ ଦଶକର ଉତ୍ତର ପ୍ରଦେଶର ସେହି ଦୃଶ୍ୟକୁ ପୁଣି ଥରେ ପରଦାକୁ ଆଣିଛନ୍ତି । ସିରିଜରେ ପୋଲିସ, ପ୍ରଶାସନ ଓ ଗୁଣ୍ଡାରାଜ ସହ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳୁଛି । ଏହି ନୂଆ ସିଜନ୍ରେ ଇନ୍ସପେକ୍ଟର ଅବିନାଶ ମିଶ୍ରଙ୍କ ଜୀବନରେ ଏକ ବଡ଼ ଧରଣର ଝଡ଼ ସୃଷ୍ଟି ହୋଇଛି ଏବଂ ସେ ଏଥର ଏଭଳି ଏକ ଲଢ଼େଇ ଲଢୁଛନ୍ତି ଯାହା ପୋଲିସର ଖାକି ବର୍ଦ୍ଦିର ସୀମାଠାରୁ ବହୁ ଉର୍ଦ୍ଧ୍ୱରେ । ଅପରାଧ, ରାଜନୀତି ଓ ଦୁର୍ନୀତିର କଳା କାରନାମାକୁ ନେଇ ପ୍ରସ୍ତୁତ ଏହି ଟ୍ରେଲର୍ରେ ଅପରାଧୀ ଗୋଷ୍ଠୀର ମୁଖ୍ୟ ଶେଖ୍ ଓ ତାର ରହସ୍ୟମୟୀ ସହଯୋଗୀ ଦେବୀଙ୍କ ଏକ ଭୟଙ୍କର ଅସ୍ତ୍ରଶସ୍ତ୍ର ଗ୍ୟାଙ୍ଗ୍ ସହ ଅବିନାଶଙ୍କ ସାମ୍ନା ହେଉଥିବା ଦେଖିବାକୁ ମିଳୁଛି । ବ୍ୟବସ୍ଥା ଭିତରେ ଷଡ଼ଯନ୍ତ୍ରର ଶିକାର ହୋଇ ନିଲମ୍ବିତ ଓ ଗିରଫ ହେବା ପରେ ଅବିନାଶଙ୍କ ସିଦ୍ଧାନ୍ତକୁ ଭାଙ୍ଗିବା ପାଇଁ କିଭଳି ଶତ୍ରୁମାନେ ଜାଲ ବିଛାଇଛନ୍ତି ତାହାକୁ ନେଇ କାହାଣୀ ଆଗକୁ ବଢୁଛି । ଉତ୍ତର ପ୍ରଦେଶର ପୋଲିସ ଅଧିକାରୀ ଅବିନାଶ ମିଶ୍ରଙ୍କ ଜୀବନର ସତ୍ୟ ଘଟଣା ଉପରେ ଆଧାରିତ ଏହି ସିରିଜ୍ରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ଏଥିରେ ରଣଦୀପଙ୍କ ସହ ଉର୍ବଶୀ ରୌତେଲା, ଅମିତ ସିଆଲ୍, ଅଭିମନ୍ୟୁ ସିଂ, ରଜନୀଶ ଦୁଗ୍ଗଲ, ଶାଲିନ ଭନୋଟ୍ ଏବଂ ଫ୍ରେଡି ଦାରୁୱାଲା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଉର୍ବଶୀ ରୌତେଲା ଏହି ସିରିଜରେ ଅଭିନୟ କରିବାକୁ ନେଇ ଖୁବ ଖୁସି ଅଛନ୍ତି । ଏଭଳି ଏକ ଭିନ୍ନ ଚରିତ୍ରରେ ଅଭିନୟ କରି ସେ ଅନେକ କଥା ଶିଖିବାକୁ ପାଇଥିବା ବିଭିନ୍ନ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

Tags: