ସାଇକେଲରେ ଏଭେରେଷ୍ଟ ବେସ୍ କ୍ୟାମ୍ପ

ସାଇକେଲରେ ଏଭେରେଷ୍ଟ ବେସ୍ କ୍ୟାମ୍ପ
Ipsita Picture
By: Ipsita
Published On

 

ଉତ୍ତର ପ୍ରଦେଶ ଗୋରଖପୁରର ୨୮ ବର୍ଷୀୟା ଶିକ୍ଷୟିତ୍ରୀ ଦିବ୍ୟା ସିଂହ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି । ଉକ୍ତ ମହିଳାଜଣଙ୍କ ସାଇକେଲ ଯୋଗେ ମାଉଣ୍ଟ ଏଭେରେଷ୍ଟ ବେସ୍ କ୍ୟାମ୍ପରେ ପହଞ୍ଚି ଏକ ନୂଆ ଇତିହାସ ରଚନା କରିଛନ୍ତି। କାଠମାଣ୍ଡୁରୁ ନିଜର ଯାତ୍ରା ଆରମ୍ଭ କରି ସେ ମାତ୍ର ୧୪ ଦିନ ମଧ୍ୟରେ ୧୭,୫୬୦ ଫୁଟ ଉଚ୍ଚତାରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି । ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଭାରତୀୟ ଏବଂ ବିଶ୍ୱର ଦ୍ୱିତୀୟ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି। - ୧୨ ଡିଗ୍ରୀ ସେଲସିଏସର ତାପମାତ୍ରା, ଅମ୍ଳଜାନର ଅଭାବ ଏବଂ ପ୍ରବଳ ପବନ ଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ପ୍ରତିଦିନ ୧୦ - ୧୨ ଘଣ୍ଟା ସାଇକେଲ ଚଲାଉଥିଲେ ।  କେତେକ ଦୁର୍ଗମ ସ୍ଥାନରେ ସାଇକେଲକୁ କାନ୍ଧରେ ବୋହି ମଧ୍ୟ ଚାଲୁଥିଲେ। ସାଲେରୀ, ସୁରକେ, ଫାକଡିଂ ଏବଂ ନାମଚେ ବଜାର ଭଳି କଷ୍ଟକର ରାସ୍ତା ଦେଇ ବେସ୍ କ୍ୟାମ୍ପରେ ପହଞ୍ଚିବା ପରେ ସେଠାରେ ତ୍ରିରଙ୍ଗା ଉଡାଉଥିଲେ। ଏହି ସମୟରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଲୋକମାନେ ତାଙ୍କର ପ୍ରୟାସକୁ ଖୁବ ପ୍ରଶଂସା କରୁଛନ୍ତି ।

Tags: