ବିରଳ ଚର୍ମ ଓ ସ୍ନାୟୁଗତ ରୋଗ ଏରିଥ୍ରୋମେଲାଲଜିଆ

ବିରଳ ଚର୍ମ ଓ ସ୍ନାୟୁଗତ ରୋଗ ଏରିଥ୍ରୋମେଲାଲଜିଆ
Ipsita Picture
By: Ipsita
Published On

 

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ୧୬ ବର୍ଷୀୟ ଇକବାଲ ଶେଖ ନାମକ ଜଣେ ନାବାଳକ 'ଏରିଥ୍ରୋମେଲାଲଜିଆ' ନାମକ ଏକ ଅତ୍ୟନ୍ତ ବିରଳ ଚର୍ମ ଓ ସ୍ନାୟୁଗତ ରୋଗରେ ପୀଡ଼ିତ ହୋଇ ଦୈନନ୍ଦିନ ନରକଯନ୍ତ୍ରଣା ଭୋଗୁଛନ୍ତି । ଶରୀରରେ ପ୍ରବଳ ଜ୍ୱଳନ, ଅସହ୍ୟ ଯନ୍ତ୍ରଣା ଓ ଅସ୍ବାଭାବିକ ଉତ୍ତାପ କାରଣରୁ ସେ କେବଳ ଆଶ୍ୱସ୍ତି ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ପୋଖରୀର ଥଣ୍ଡା ପାଣିରେ ଛିଡ଼ା ହୋଇରହିବାକୁ ବାଧ୍ୟ ହେଉଛନ୍ତି । ତେବେ ଡାକ୍ତରୀ ବିଜ୍ଞାନ ଅନୁସାରେ, ଏହି ରୋଗରେ ଚର୍ମର ସୂକ୍ଷ୍ମ ରକ୍ତବାହୀ ନଳୀଗୁଡ଼ିକ ଅତ୍ୟଧିକ ପ୍ରସାରିତ ହୋଇଯିବା ସହ ସ୍ନାୟୁଗତ ତ୍ରୁଟି ଦେଖାଦେଇଥାଏ । ଯାହା ହାତ, ଗୋଡ଼ କିମ୍ବା ଚେହେରାରେ ଅତ୍ୟଧିକ ରକ୍ତ ପ୍ରବାହିତ ହୋଇ ସେହି ସ୍ଥାନ ଲାଲ ପଡ଼ିଯାଏ ଓ ପ୍ରବଳ ଜ୍ୱଳନ ସୃଷ୍ଟି ହୋଇଥାଏ । 'ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ'ର ତଥ୍ୟାନୁସାରେ, ସାରା ବିଶ୍ୱରେ ପ୍ରତି ଏକ ଲକ୍ଷରେ ମାତ୍ର ୨ ଜଣ ଏହି ଦୁର୍ଲଭ ସମସ୍ୟାର ଶିକାର ହେଉଥିବା ବେଳେ ଭାରତରେ ଏହି ପୀଡ଼ିତଙ୍କ ସଂଖ୍ୟା ପ୍ରାୟ ୨୮,୦୦୦ ହୋଇପାରେ ବୋଲି ଆକଳନ କରାଯାଇଛି । ସାଧାରଣତଃ ଜେନେଟିକ ପରିବର୍ତ୍ତନ, ଡାଏବେଟିସ କିମ୍ବା ଅନ୍ୟାନ୍ୟ ସ୍ନାୟୁଗତ ସମସ୍ୟା ଯୋଗୁଁ ଯେକୌଣସି ବୟସରେ ଦେଖାଦେଉଥିବା ଏହି ରୋଗର ଉପଯୁକ୍ତ ଚିକିତ୍ସା ଓ ସଚେତନତା ଜରୁରୀ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ।

Tags: