ବିଫଳତାକୁ କରୁଛନ୍ତି ଉପଭୋଗ

ବିଫଳତାକୁ କରୁଛନ୍ତି ଉପଭୋଗ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ହାତ ଦେଖି ଚିହ୍ନି ହେବ ରୋଗ

ବିଫଳତାକୁ ନେଇ ବଦଳୁଛି ଚିନ୍ତାଧାରା, ବର୍ତ୍ତମାନ ସୋସିଆଲ ମିଡିଆରେ ରିଜେକ୍ସନକୁ ଯୁବପିଢି ସେଲିବ୍ରେସନ୍ କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ସୋସିଆଲ ମିଡିଆରେ ନିଜର ବିଫଳତାକୁ ସର୍ବସମ୍ମୁଖରେ ସ୍ୱୀକାର କରିବାର ଏକ ନୂଆ ଧାରା ଆରମ୍ଭ ହୋଇଛି । ଏପରିକି ବିଫଳତାକୁ ସେଲିବ୍ରେସନ କରିବାକୁ ମ୍ୟୁଜିୟମ ମଧ୍ୟ ଖୋଲାଯାଇଛି । ୯୦ ଦଶକର 'ଜେନ୍-ଏକ୍ସ' ପିଢ଼ି ନିଜର ସଂଘର୍ଷକୁ ଲୁଚାଇ ସଫଳତାକୁ ସହଜ ଦର୍ଶାଉଥିବା ବେଳେ ଆଜିର ଯୁବପିଢ଼ି ପରିଶ୍ରମ ଓ ବିଫଳତାକୁ ଖୋଲାଖୋଲି ଭାବେ ଗ୍ରହଣ କରୁଛନ୍ତି । ତେବେ ଏହି ମନୋଭାବକୁ କେତେକ ସକାରାତ୍ମକ ପରିବର୍ତ୍ତନ ବୋଲି କହୁଥିବା ବେଳେ ଅନ୍ୟପକ୍ଷରେ ଏହାକୁ ଏକ 'ସାମାଜିକ ଓ ଅର୍ଥନୈତିକ ଟ୍ରାଜେଡି' ବୋଲି କିଛି ଲୋକ ମତ ଦେଉଛନ୍ତି। ଆର୍ଥିକ ଅନିଶ୍ଚିତତା ଏବଂ ବେରୋଜଗାରୀ କାରଣରୁ ୧୬ ରୁ ୨୪ ବର୍ଷର ଯୁବକଯୁବତୀମାନେ ନିଜ ଭବିଷ୍ୟତକୁ ନେଇ ପୂର୍ବ ପିଢ଼ି ଅପେକ୍ଷା ୫ ଗୁଣ ଅଧିକ ଭୟଭୀତ ଅଛନ୍ତି, ଯେଉଁଥିପାଇଁ ବିଫଳତାକୁ ଉତ୍ସବ ଭାବେ ପାଳନ କରିବା ସେମାନଙ୍କର ସାହସ ନୁହେଁ ବରଂ ଏକ ପ୍ରକାର 'ଭବିଷ୍ୟହୀନତା'ର ଆଶଙ୍କା ପାଲଟିଛି ବୋଲି କିଛି ଲୋକ ମତ ଦେଉଛନ୍ତି ।

ସମ୍ବନ୍ଧିତ ଖବର ଫ୍ୟାଟି ଲିଭର ଚିକିତ୍ସାର ନୂଆ ଦିଗ

Tags: