ଶକ୍ତି ସଙ୍କଟ
୨୦୨୬ର ଆରମ୍ଭ ଯେପରି ସଙ୍କଟରୁ ହୋଇଛି । ରନ୍ଧନ ଗ୍ୟାସ, ତୈଳ ଭଳି ଗୋଟିଏ ପରେ ଗୋଟିଏ ସଙ୍କଟ ବିଶ୍ବରେ ଦେଖିବାକୁ ମିଳୁଛି । ଯାହାର ଗମ୍ଭୀର ପ୍ରଭାବ ବିଶ୍ବର ଏକାଧିକ ରାଷ୍ଟ୍ର ଉପରେ ଦେଖିବାକୁ ମିଳୁଛି । ବିଶ୍ବ ଯେପରି ବର୍ତ୍ତମାନ ଏକ ଗୁରୁତର ଶକ୍ତି ସଙ୍କଟ ମଧ୍ୟରେ ଗତି କରୁଛି ।
ବର୍ଷ ୨୦୨୬ ବିଶ୍ବ ଶକ୍ତି କ୍ଷେତ୍ର ଏବଂ ଆନ୍ତର୍ଜାତୀୟ ସମ୍ପର୍କରେ ଏଭଳି ଏକ ସବୁଠାରୁ ବଡ଼ ବିପର୍ଯ୍ୟୟର ସାକ୍ଷୀ ହୋଇଛି, ଯାହା ୧୯୭୩ ମସିହାର ଐତିହାସିକ ତୈଳ ସଂକଟ ପରଠାରୁ କେବେ ଦେଖାଯାଇ ନଥିଲା । ଯଦି ଏହି ସ୍ଥିତି ଆହୁରି କିଛି ମାସ ଧରି ଜାରି ରହେ, ତେବେ ଏହା ଜାତୀୟ ସୁରକ୍ଷା କ୍ଷେତ୍ରରେ ଶକ୍ତି ନୀତିର ଭୂମିକାକୁ ଚିରଦିନ ପାଇଁ ବଦଳାଇ ଦେଇଥିବା ସେହି ସେହି ଦୁଃଖଦାୟକ ଘଟଣା ସହ ସମାନ ହୋଇପାରେ ବୋଲି ଆକଳନ ହେଉଛି । ଉକ୍ତ ପୁରୁଣା ସଂକଟ ଭଳି ବର୍ତ୍ତମାନର ଏହି ସ୍ଥିତି ମଧ୍ୟ ଶକ୍ତିର ସମସ୍ତ ଉତ୍ସକୁ ପ୍ରଭାବିତ କରିଛି । ତେବେ, ଏହି ସଂକଟ କେବଳ ପ୍ରାକୃତିକ ସମ୍ପଦ ଏବଂ ତାହା ଉପରେ କାହାର ନିୟନ୍ତ୍ରଣ ରହିବ ସେତିକି ମଧ୍ୟରେ ସୀମିତ ନାହିଁ । ହରମୁଜ୍ ପ୍ରଣାଳୀର ଏହି ସଂକଟ ବିଶ୍ବର ବିଭିନ୍ନ ପ୍ରାନ୍ତର ପାଇଁ ତୈଳ ଏବଂ ଗ୍ୟାସ୍ କ୍ଷେତ୍ରରେ ଖୁବ ଗୁରୁତର ଓ ଗମ୍ଭୀର ପ୍ରଭାବ ପକାଇବାନେଇ ଆଶଙ୍କା ଜୋର ଧରିବାରେ ଲାଗିଛି ।



