ଗୁଡିରୁ ପ୍ରସ୍ତୁତ ହେବ ବିଜୁଳି !

ଗୁଡିରୁ ପ୍ରସ୍ତୁତ ହେବ ବିଜୁଳି !
Ipsita Picture
By: Ipsita
Published On


ଚୀନ ଦୁନିଆର ସବୁଠାରୁ ବଡ ଗୁଡି ନିର୍ମାଣ କରିବାରେ ସଫଳ ହୋଇଛି । ଏହି ଗୁଡି ସାହାଯ୍ୟରେ ସେ ବର୍ତ୍ତମାନ ବିଜୁଳି ପ୍ରସ୍ତୁତ କରିବ ବୋଲି ଦାବି କରିଛି, ଯାହାର ପରୀକ୍ଷଣ ସଫଳ ହୋଇଛି । ଏହି ପତଙ୍ଗ ଚୀନର ଇନର ମଙ୍ଗୋଲିଆରେ ନିର୍ମାଣ କରାଯାଇଛି । ଏହା ଚୀନର ପ୍ରଥମ ଏଭଳି ପ୍ରୋଜେକଫ ଯେଉଁଥିରେ ଆକାଶରେ ବିଜୁଳି ପ୍ରସ୍ତୁତ କରିବାପାଇଁ ଚୀନ ଚେଷ୍ଟା କରିଛି । ଏହି ପରୀକ୍ଷଣରେ ବ୍ୟବହାର ହୋଇଥିବା ଗୁଡି କପଡାରୁ ପ୍ରସ୍ତୁତ ହୋଇଥିବା ପାରାସୁଟ, ଯାହାକୁ ଚୀନରେ ହିଁ ନିର୍ମାଣ କରାଯାଇଛି । ଏହାକୁ ନେଇ ଚୀନ ଆହୁରି ଅଧିକ ଗବେଷଣା ଜାରି ରଖିଛି ।

Tags: