ଶୈବାଳରୁ ବିଜୁଳି

ଶୈବାଳରୁ ବିଜୁଳି
Ipsita Picture
By: Ipsita


ବିଭିନ୍ନ ବୈଜ୍ଞାନିକ ଉଦ୍ଭୁାବନ ରହିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଏକ ଉଦ୍ଭୁାବନ କରିଛନ୍ତି କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ । ଗବେଷକମାନେ ବ୍ଲì ଗ୍ରୀନ୍‌ ଶୈବାଳକୁ ବ୍ୟବହାର କରି ଏକ ମାଇକ୍ରୋପ୍ରୋସେସରକୁ ପାଓ୍ୱାର ଦେବାରେ ସକ୍ଷମ ହୋଇଛନ୍ତି । ଏହି ପ୍ରକ୍ରିୟାକୁ ବ୍ୟବହାର କରି ବିଭିନ୍ନ ଛୋଟଛୋଟ ଡିଭାଇସ୍‌କୁ ଚାର୍ଜ କରାଯାଇପାରିବ । ଏହି ପ୍ରୋସେସରର ସାଇଜ୍‌ ଏଏ ବ୍ୟାଟେରୀ ଭଳି ହୋଇଥିବାବେଳେ ଏଥିରେ ବିଷ ମୁକ୍ତ ଶିଉଳିକୁ ବ୍ୟବହାର କରାଯାଇଛି । ଏହି ଶୈବାଳଟି ପ୍ରାକୃତିକ ଉପାୟରେ ସୂର୍ଯ୍ୟକିରଣକୁ ବ୍ୟବହାର କରି ଆଲୋକସଂଶ୍ଲେଷଣ ପ୍ରକିୟାରେ ଶକ୍ତି ଉତ୍ପାଦନ କରିବାରେ ସକ୍ଷମ । ଏହି ସିଷ୍ଟମଟିକୁ ସାଧାରଣ ସାମଗ୍ରୀ ସହିତ ରିସାଇକେଲ ହୋଇପାରୁଥିବା ଜିନିଷକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । ଏହାର ବ୍ୟବହାର ଅନୁନ୍ନତ ଅଞ୍ଚଳ ଯେଉଁଠି ବିଜୁଳିର ସମସ୍ୟା ରହିଛି ସେ ସମସ୍ତ ସ୍ଥାନରେ ହୋଇପାରିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ସେହିଭଳି ଏହି ସିଷ୍ଟମଟି କେବେ ବି ବନ୍ଦ ହେବନି ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି, କାରଣ ଏହା ଆଲୋକସଂଶ୍ଲେଷଣ ପ୍ରକ୍ରିୟାରେ ନିଜର ଶକ୍ତି ଉତ୍ପାଦନ କରୁଛି ।

Read More ବିପଦ ଜନକ ଭିଡିଓ ଗେମ୍‌

Tags: