ଡିଜିଟାଲି ମମି ରାଜା ଆମେନ୍‌ହୋଟେପଉ୍‌

ବର୍ତ୍ତମାନ ବିଜ୍ଞାନର ଯୁଗରେ ଡିଜିଟାଲ୍‌ ପ୍ରବେଶ କରିଛି । ଯାହାର ଉଦାହରଣ ଅନେକ ସମୟରେ ଦେଖିବାକୁ ମିଳୁଛି । ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଇଜିପଫରେ । ଇଜିପଫର କେତେକ ଗବେଷକ ୩୫୦୦ ବର୍ଷ ପୁରୁଣା ରାଜା ଆମେନ୍‌ହୋଟେପ୍‌ଙ୍କର ମମିକୁ ଡିଜିଟାଲି ଖୋଲିବାରେ ସଫଳ ହୋଇଛନ୍ତି । ସେମାନେ ଏହି ମମିକୁ ନ ଛୁଇଁ ଏହା ସମ୍ବନ୍ଧରେ ଅନେକ ତଥ୍ୟ ବାହାର କରିବାରେ ସଫଳ ହୋଇଛନ୍ତି । ଗବେଷକ ମାନେ ଏହି ପ୍ରକ୍ରିୟାରେ ସିଟି ସ୍କାନ, […]

Samaya Live Picture
Published On

ବର୍ତ୍ତମାନ ବିଜ୍ଞାନର ଯୁଗରେ ଡିଜିଟାଲ୍‌ ପ୍ରବେଶ କରିଛି । ଯାହାର ଉଦାହରଣ ଅନେକ ସମୟରେ ଦେଖିବାକୁ ମିଳୁଛି । ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଇଜିପଫରେ । ଇଜିପଫର କେତେକ ଗବେଷକ ୩୫୦୦ ବର୍ଷ ପୁରୁଣା ରାଜା ଆମେନ୍‌ହୋଟେପ୍‌ଙ୍କର ମମିକୁ ଡିଜିଟାଲି ଖୋଲିବାରେ ସଫଳ ହୋଇଛନ୍ତି । ସେମାନେ ଏହି ମମିକୁ ନ ଛୁଇଁ ଏହା ସମ୍ବନ୍ଧରେ ଅନେକ ତଥ୍ୟ ବାହାର କରିବାରେ ସଫଳ ହୋଇଛନ୍ତି । ଗବେଷକ ମାନେ ଏହି ପ୍ରକ୍ରିୟାରେ ସିଟି ସ୍କାନ, ଏକ୍ସରେ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିଛନ୍ତି ।

ତେବେ ଏତେବର୍ଷ ପରେ ପ୍ରଥମ ଥର ପାଇଁ ଏହି ମମିକୁ ବୈଜ୍ଞାନିକମାନେ ଏଭଳି ଏକ ପ୍ରକ୍ରିୟାରେ ଖୋଲିଛନ୍ତି । ଏହି ଡିଜିଟାଲ ସମୀକ୍ଷାରେ ମମି ବିଷୟରେ ମିଳିଥିବା ତଥ୍ୟ ଅନୁସାରେ ରାଜାଙ୍କର ମୁହଁ ତାଙ୍କ ପିତାଙ୍କ ସହ ମିଶୁଛି । ସେହିଭଳି ରାଜାଙ୍କର ମୃତୁ୍ୟ ମାତ୍ର ୩୫ ବର୍ଷରେ ହୋଇଥିବା ବେଳେ ସେହି ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବେଶ୍‌ ଭଲ ଥିଲା ବୋଲି ଅନୁମାନ କରାଯାଉଛି । କାରଣ ରାଜାଙ୍କର ମମିରେ କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସନ୍ଧାନ ମିଳିନାହିଁ । ଆଗକୁ ଏହି ମମି ସମ୍ବନ୍ଧରେ ଆହୁରି ତଥ୍ୟ ମିଳିବ ବୋଲି ଆଶା ରଖାଯାଇଛି ।