ସୂର୍ଯ୍ୟ କିରଣ ରୋକିବାକୁ ଉଦ୍ୟମ
ଖରାଦିନ ଆସିଲେ ଗରମକୁ ନେଇ ସମସ୍ତଙ୍କର ଚିନ୍ତା ବଢିଯାଏ । ତେବେ ସବୁଠାରୁ ବେଶି ତାପମାତ୍ରା ବଢିବାର କାରଣ ହେଉଛି ସୂର୍ଯ୍ୟ କିରଣ । ତେଣୁ ସୂର୍ଯ୍ୟକିରଣରୁ କିଭଳି ମୁକ୍ତି ମିଳିବ ତାକୁ ନେଇ ବର୍ତ୍ତମାନ ଅନେକ ଦେଶ କାର୍ଯ୍ୟ କରୁଛନ୍ତି । ଏହି କ୍ରମରେ ସାମିଲ ହୋଇଛି ଇଜରାଇଲ, ଯିଏ ବର୍ତ୍ତମାନ ସୂର୍ଯ୍ୟ କିରଣକୁ ପୃଥିବୀରେ ପଡିବାକୁ ହିଁ ଦେବ ନାହିଁ । ଇଜରାଇଲର ଏକ କମ୍ପାନୀର ଏହି ଦାବି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥଇପାଇଁ ଇଜରାଇଲ ଏକ ଟେକନିକ ବିକଶିତ କରିବାକୁ ଯୋଜନା କରିଛି, ଯାହାକୁ ସନ ଡିମିଂ ଟେକନିକ କୁହାଯାଉଛି । ଏହି ଟେକନିକ ପାଇଁ ଆଇଡିଆ ବୈଜ୍ଞାନିକମାନେ ପ୍ରକୃତି ଠାରୁ ହିଁ ନେଉଛନ୍ତି । ସୂଚନା ଅନୁସାରେ ଯେତେବେଳେ ଜ୍ବାଳାମୁଖୀ ଫାଟିଥାଏ ସେତେବେଳେ ଧୂଆଁ, ଧୂଳିକଣା ଏଭଳି ଏକ ଆସ୍ତରଣ ତିଆରି କରନ୍ତି, ଯାହା ସୂର୍ଯ୍ୟକିରଣକୁ ପୃଥିବୀରେ ପଡିବାକୁ ଦେଇନଥାଏ । ଯେଉଁଥିରୁ ପ୍ରେରିତ ହୋଇ ବୈଜ୍ଞାନିକମାନେ ଏହି ଉପାୟ ବାହାର କରିଛନ୍ତି । ପୃଥିବୀର ଉପରେ ୧୦ ରୁ ୫୦ କିମି ଉପରେ ବାୟୁମଣ୍ଡଳରେ ଖୁବ ଛୋଟଛୋଟ କଣିକାକୁ ଛଡାଯିବ । ଯାହା ଷ୍ଟେଟୋଫେୟରରେ ଏକ ଅଦୃଶ୍ୟ ସ୍ତର ନିର୍ମାଣ କରିବ । ଏହି ସ୍ତର କାରଣରୁ ସୂର୍ଯ୍ୟକିରଣ ପୃଥିବୀରେ ପଡିବନାହିଁ । ସେହିଭଳି ଏହି ସ୍ତର କାରଣରୁ ଏସିଡ ବର୍ଷା କିମ୍ବା ଓଜନ ସ୍ତରର କୌଣସି କ୍ଷତି ହେବ ନାହିଁ । ତେବେ ବର୍ତ୍ତମାନ ଏହା ଉପରେ ଅଧିକ ଗବେଷଣା ଜାରି ରହିଛି । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେହି ଏହାକୁ ଠିକ ଭାବୁଥିବାବେଳେ କେହି ସୂର୍ଯ୍ୟକିରଣ ଯମା ନପଡିବାର କ୍ଷତି ସମ୍ପର୍କରେ ଆଲୋଚନା କରୁଛନ୍ତି ।
Related Posts



