ଅସୁବିଧାରେ ଅନେକ ଚାକିରି
ଏଆଇର ବହୁଳ ବ୍ୟବହାର ଆମକୁ ଅନେକ କିଛି ସୁବିଧା ଯୋଗାଇଛି ସତ ହେଲେ ଏହା ଅନେକ ସ୍ଥାନରେ ମଣିଷଙ୍କ କାମକୁ ନିଜ ନିୟନ୍ତ୍ରଣରେ ନେଇଛି । ଯାହାଫଳରେ ଅନେକ ସ୍ଥାନରେ ବା କାର୍ଯ୍ୟରେ ମଣିଷଙ୍କର ଆବଶ୍ୟକତା କମିଛି । ତେଣୁ ଅନେକ ବୃତ୍ତିରେ କାର୍ଯ୍ୟକରୁଥିବା ଲୋକଙ୍କ ମଧ୍ୟରେ ଏଆଇକୁ ନେଇ ଭୟ ସଞ୍ଚାର ହୋଇଛି । ଅନେକ ଲୋକ ନିଜର ବୃତ୍ତି ହରାଇବାର ସମ୍ଭାବନାକୁ ବର୍ତ୍ତମାନ ହୃଦୟଙ୍ଗମ କରୁଛନ୍ତି । ଏଭଳି କେତେକ ବୃତ୍ତି ରହିଛି, ଯାହା […]
ଏଆଇର ବହୁଳ ବ୍ୟବହାର ଆମକୁ ଅନେକ କିଛି ସୁବିଧା ଯୋଗାଇଛି ସତ ହେଲେ ଏହା ଅନେକ ସ୍ଥାନରେ ମଣିଷଙ୍କ କାମକୁ ନିଜ ନିୟନ୍ତ୍ରଣରେ ନେଇଛି । ଯାହାଫଳରେ ଅନେକ ସ୍ଥାନରେ ବା କାର୍ଯ୍ୟରେ ମଣିଷଙ୍କର ଆବଶ୍ୟକତା କମିଛି । ତେଣୁ ଅନେକ ବୃତ୍ତିରେ କାର୍ଯ୍ୟକରୁଥିବା ଲୋକଙ୍କ ମଧ୍ୟରେ ଏଆଇକୁ ନେଇ ଭୟ ସଞ୍ଚାର ହୋଇଛି । ଅନେକ ଲୋକ ନିଜର ବୃତ୍ତି ହରାଇବାର ସମ୍ଭାବନାକୁ ବର୍ତ୍ତମାନ ହୃଦୟଙ୍ଗମ କରୁଛନ୍ତି । ଏଭଳି କେତେକ ବୃତ୍ତି ରହିଛି, ଯାହା ଉପରେ ଏଆଇର ପ୍ରଭାବ ପଡିବାର ସମ୍ଭାବନା ସବୁଠାରୁ ଅଧିକ ରହିଛି । ଏହି ସବୁ ବୃତ୍ତିରେ ମଣିଷ ସ୍ଥାନରେ ଗୋଟିଏ ରୋବୋଟ କମ ସମୟରେ ଭଲ କାମ କରିବା ନେଇ ଚର୍ଚ୍ଚା ହେଉଛି । ଅତ୍ୟାଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ଉନ୍ନତ୍ତ କାମ କରିବା ପାଇଁ ବିଭିନ୍ନ କମ୍ପାନୀମାନେ ଚେଷ୍ଟା ଜାରି ରଖିଛନ୍ତି ।
ଡାଟା ଏଣ୍ଟ୍ରି ଅପରେଟର- ଯୁବପିଢିଙ୍କ ପାଇଁ ଏହା ଏକ ଭଲ ବିକଳ୍ପ । କମ ପାଠ ପଢିମଧ୍ୟ କମ୍ପ୍ୟୁଟର ଜ୍ଞାନ ଥିଲେ ଏହି ପୋଷ୍ଟରେ ପିଲା ନିଯୁକ୍ତି ପାଇପାରୁଥିଲେ । ହେଲେ ଆଗକୁ ଏଆଇର ବ୍ୟବହାର କରି କମ୍ପାନୀ ହେଉ କିମ୍ବା ସରକାର ଏସମସ୍ତ କାର୍ଯ୍ୟ କରିବେ । ଯାହା ଫଳରେ ଏହି ବୃତ୍ତିରେ ନିଯୁକ୍ତି ବନ୍ଦ ହୋଇପାରେ ।
କଷ୍ଟମର ସର୍ଭିସ୍- ଏହି ପ୍ରଫେସନ ପାଇଁ ମଧ୍ୟ ଆଗକୁ କୌଣସି ମଣିଷଙ୍କର ଆବଶ୍ୟକତା ପଡିବ ନାହିଁ । ଏଥିରେ ମଧ୍ୟ ଏଆଇର ବ୍ୟବହାର କରାଯିବ । କଷ୍ଟମର ମାନଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କୁ ସେବା ଯୋଗାଇବା ପାଇଁ କମ୍ଫ୍ୟୁଟର ଓ ରୋବଟ ମାନଙ୍କର ସାହାଯ୍ୟ ନିଆଯିବାର ସମ୍ଭାବନା ବଢିଛି । ତେଣୁ ଏହି କ୍ଷେତ୍ରରେ ମଧ୍ୟ ନିଯୁକ୍ତିର ପରିମାଣ କମିବ ।
ଟ୍ରାନ୍ସଲେଟର- ବର୍ତ୍ତମାନ ଗୁଗୁଲର ଟ୍ରାନ୍ସଲେଟର ଏହି କ୍ଷେତ୍ରରେ ଥିବା ଲୋକଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି । ଯାହା ଆଗକୁ ବହୁଳ ମାତ୍ରାରେ ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞ ଆଶା ପ୍ରକାଶ କରିଛନ୍ତି । ଏଆଇକୁ ବ୍ୟବହାର କରି ବିଭିନ୍ନ ଭାଷାରେ ଟ୍ରାନ୍ସଲେଟ କରିବା ସହଜ ହେବ ।
ସୋସିଆଲ ମିଡିଆ ମ୍ୟାନେଜର- ଆଜିକାଲି ବିଭିନ୍ନ କମ୍ପାନୀର ପ୍ରଡକଫ ସେଲ ପାଇଁ ସୋସିଆଲ ମିଡିଆ ବେଶ ଉପଯୋଗୀ ସାବ୍ୟସ୍ତ ହେଉଛି । ତେଣୁ ଏଥିପାଇଁ ସବୁ କମ୍ପାନୀ ସୋସିଆଲ ମିଡିଆ ମ୍ୟାନେଜର ରଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ହେଲେ ଆଗକୁ ଏହି ପୋଷ୍ଟ ପାଇଁ ମଧ୍ୟ ଏଆଇକୁ ବ୍ୟବହାର କରାଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ମଣିଷଙ୍କ ତୁଳନାରେ ଏଆଇ ସେମାନଙ୍କ ସୋସିଆଲ ମିଡିଆରେ ଭଲରେ ହ୍ୟାଣ୍ଡେଲ୍ କରିବାର ସମ୍ଭାବନା ରହିଥିବାରୁ ଏକ୍ଷେତ୍ରରେ ମଧ୍ୟ ବେକାରୀ ହାର ବଢିବାର ଆଶା ରହିଛି ।
ଟେଲିମାର୍କେଟର- ଗୋଟିଏ କମ୍ପାନୀ ନିଜର ପ୍ରଡକଫ ବିକ୍ରି କରିବା ପାଇଁ ମାର୍କେଟ ଆନାଲିସିସ କରିବାର ଅଧିକ ଆବଶ୍ୟକତା ରହିଛି, ଯେଉଁଥିରେ ଟେଲିମାର୍କେଟିଂ ଏକ ଗୁରୁତର ଅଂଶ । ସେହିଭଳି କରୋନା ପରେ ଟେଲିମାର୍କେଟିଂର ବ୍ୟବହାର ବଢିଛି । ତେଣୁ ଏହି କ୍ଷେତ୍ରରେ ଅଧିକରୁ ଅଧିକ ପିଲା ନିଜର କ୍ୟାରିୟର କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ହେଲେ ଏଥିରେ ମଧ୍ୟ ଆଗକୁ ଏଆଇର ଗୁରୁତ୍ୱତା ବଢିବ । ମଣିଷଙ୍କ ସ୍ଥାନରେ ଏଆଇ ମେସିନ୍, ଆପ କିମ୍ବା ରୋବଟ୍ ଏସମସ୍ତ ଦାୟିତ୍ୱ ସମ୍ଭାଳିବେ ।
ଟ୍ରାଭେଲ୍ ଏଜେଣ୍ଟ୍ – କେଉଁ ସ୍ଥାନକୁ ଯିବା ପୂର୍ବରୁ ଖୋଜା ପଢିଥାଏ ଟ୍ରାଭେଲ୍ ଏଜେଣ୍ଟର । ସେମାନଙ୍କ ପାଖରେ ବିଭିନ୍ନ ସ୍ଥାନର ସବିଶେଷ ତଥ୍ୟ ସହ ବିଭିନ୍ନ ଟ୍ରାଭେଲ ପ୍ଲାନ୍ ସମ୍ପର୍କରେ ତଥ୍ୟ ଥାଏ । ହେଲେ ବର୍ତ୍ତମାନ ନେଟ୍ରେ ଧୀରେଧୀରେ ଏ ସମସ୍ତ ତଥ୍ୟ ଉପଲବ୍ଧ ହେଲାଣି । ବିଭିନ୍ନ ଟ୍ରାଭେଲ କମ୍ପାନୀ ମାନେ ଟ୍ରାଭେଲ ଏଜେଣ୍ଟଙ୍କ ବଦଳରେ ଏଆଇର ସାହାଯ୍ୟ ନେଉଛନ୍ତି । ଏହା କଷ୍ଟମର ଫ୍ରେଣ୍ଡ୍ଲି ମଧ୍ୟ ହୋଇପାରୁଛି । ଗୋଟିଏ େଓ୍ୱବସାଇଟ୍ରେ ସବୁ ତଥ୍ୟ ରହିପାରୁଛି । ଯେଉଁଥିପାଇଁ କଷ୍ଟମରଙ୍କର ଏଆଇ ପାଇଂ ଆଗ୍ରହ ବଢୁଛି ।




