ଏଆଇ ପ୍ରଭାବ
ଏଆଇ ଇତିହାସ ଏଆଇର ଇତିହାସ କଥା ଯଦି ଆମେ ଦେଖିବା ଆମେରିକାନ କମ୍ପ୍ୟୁଟର ସାଇଂଟିଷ୍ଟ ଜନ୍ ମୈକାର୍ଥି ଏହାର ଆରମ୍ଭ କରିଥିଲେ । ୧୯୫୬ରେ ସେ ଏକ କନଫରେନ୍ସରେ ଏଆଇ ସମ୍ବନ୍ଧରେ ସେ ଆଲୋଚନା କରିଥିଲେ । ଏହାପରେ ଅନେକ ସାଇଂଟିଷ୍ଟ ତାଙ୍କ ସହ ଯୋଡି ହୋଇଥିଲେ । ଏହି ବୈଜ୍ଞାନିକମାନେ ପରିଶ୍ରମ କରି ଏହାକୁ ଧୀରେଧୀରେ ଉନ୍ନତ କରିବାରେ ଲାଗିଥିଲେ । ଏହାକୁ କିପରି ସମସ୍ତ କ୍ଷେତ୍ରରେ ବ୍ୟବହାର କରିହେବ ସନେଇ ସେମାନେ ସବୁବେଳେ କାର୍ଯ୍ୟ […]
ଏଆଇ ଇତିହାସ
ଏଆଇର ଇତିହାସ କଥା ଯଦି ଆମେ ଦେଖିବା ଆମେରିକାନ କମ୍ପ୍ୟୁଟର ସାଇଂଟିଷ୍ଟ ଜନ୍ ମୈକାର୍ଥି ଏହାର ଆରମ୍ଭ କରିଥିଲେ । ୧୯୫୬ରେ ସେ ଏକ କନଫରେନ୍ସରେ ଏଆଇ ସମ୍ବନ୍ଧରେ ସେ ଆଲୋଚନା କରିଥିଲେ । ଏହାପରେ ଅନେକ ସାଇଂଟିଷ୍ଟ ତାଙ୍କ ସହ ଯୋଡି ହୋଇଥିଲେ । ଏହି ବୈଜ୍ଞାନିକମାନେ ପରିଶ୍ରମ କରି ଏହାକୁ ଧୀରେଧୀରେ ଉନ୍ନତ କରିବାରେ ଲାଗିଥିଲେ । ଏହାକୁ କିପରି ସମସ୍ତ କ୍ଷେତ୍ରରେ ବ୍ୟବହାର କରିହେବ ସନେଇ ସେମାନେ ସବୁବେଳେ କାର୍ଯ୍ୟ କରୁଥିଲେ ।
ପଡିବ ଏକାଧିକ ପ୍ରଭାବ
ଏଆଇ ପ୍ରଭାବ ଧୀରେଧୀରେ ବିଭିନ୍ନ କ୍ଷେତ୍ର ଯେପରି ଅର୍ଥ,ସ୍ୱାସ୍ଥ୍ୟ,ଶିକ୍ଷା ଆଦିରେ ବଢିବାରେ ଲାଗିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ହେଲା ଏଆଇ ସ୍ୱଳ୍ପ ସମୟରେ ଭଲ କାର୍ଯ୍ୟ କରିପାରୁଛି । ଯାହା ଏହାର ଗୁରୁତ୍ୱତ୍ତା ବଢାଇଛି । ବର୍ତ୍ତମାନ ଏଆଇକୁ ବ୍ୟବହାର କରି ବିଭିନ୍ନ ଇନୋଭେଟିଭ୍ କାର୍ଯ୍ୟ କରାଯାଉଛି, ଯେଉଁକାରଣରୁ ଏହା ପ୍ରତି ଲୋକଙ୍କର ଆଗ୍ରହ ବଢୁଛି । ଏଆଇକୁ ବ୍ୟବହାର କରି ବିଭିନ୍ନ କମ୍ପାନୀମାନେ ସେମାନଙ୍କ କାର୍ଯ୍ୟକ୍ଷେତ୍ରରୁ ଅଧିକ ଆକର୍ଷଣୀୟ ତଥା ପ୍ରଡକ୍ଟିଭି କରିପାରୁଛନ୍ତି । ଏହା ମଣିଷଙ୍କ ତୁଳନାରେ ଅଧିକ ଇଫେକଟିଭ ହୋଇପାରୁଛି ବୋଲି ମତ ପ୍ରକାଶ ପାଉଛି । ଏଆଇରେ ବିଭିନ୍ନ ଫର୍ମାଟରେ ଡାଟା ଏଣ୍ଟ୍ରି କରି ଏଥିରୁ ଆଉଟପୁଟ କଢାଇଯାଉଛି । ତେଣୁ ଏହା ସ୍କିଲï ଆଟମୋସ୍ପିୟର ପାଇଁ ବେଶ ଫାଇଦାମନ୍ଦ ସାବ୍ୟସ୍ତ ହୋଇଛି ।
ଏଆଇ ଆଙ୍ଗ୍ଜାଇଟ୍
ବର୍ତ୍ତମାନ ବିଜ୍ଞାନର ବ୍ୟବହାର କାରଣରୁ କାର୍ଯ୍ୟାଳୟର ପରିବେଶ ବଦଳିବାରେ ଲାଗିଛି । ଏଆଇ ଓ ଚାର୍ଟ ଜିପିଟି ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଅନେକ ସ୍ଥାନରେ ମଣିଷଙ୍କ ଯାଗାରେ ଏଆଇକୁ ବ୍ୟବହାର କରାଯାଉଛି । ତେବେ ଏହାର ନକରାତ୍ମକ ପ୍ରଭାବ ସୋସାଇଟି ଉପରେ ପଡୁଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ବର୍ତ୍ତମାନ ଏକ ନୂଆ ଆଙ୍ଗ୍ଜାଇଟ୍ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି, ଯାହାକୁ ଗବେଷକମାନେ ଏଆଇ ଆଙ୍ଗ୍ଜାଇଟ ବୋଲି ନାମ ଦେଇଛନ୍ତି । ବିଭିନ୍ନ କାର୍ଯ୍ୟାଳୟ, ଦୋକାନ, ଫ୍ୟାକଫି୍ର ଆଦିରେ କାର୍ଯ୍ୟରତ କର୍ମଚାରୀମାନେ ଏଆଇକୁ ଭୟ କରୁଥିବାର ଦେଖିବାକୁ ମିଳୁଛି । ଏହାପଛରେ କାରଣ ରହିଛି ସେମାନଙ୍କ ଚାକିରି ଯିବାର ଭୟ । ଏଆଇ ତାଙ୍କ ରୋଜଗାର ଛଡାଇନେବାର ଭୟରେ ସେମାନେ ଷ୍ଟ୍ରେସ୍ରେ ରହୁଥିବାର ଦେଖିବାକୁ ମିଳୁଛି । ଗୋଟିଏ ପଟେ ଏଆଇର ସୁଫଳ ଥିବାବେଳେ ଅନ୍ୟପଟେ ନିଜର ରୋଜଗାର ହରାଇବାର ଭୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସେମାନଙ୍କ ଭବିଷ୍ୟତ ଏକ ଅନିଶ୍ଚିତତା ଭିତରକୁ ଗତି କରୁଛି ବୋଲି ସେମାନେ ମତ ଦେଉଛନ୍ତି । ତେବେ ଏଥିରୁ ଦୂରେଇ ରହିବା ପାଇଁ ବର୍ତ୍ତମାନ ଲୋକମାନଙ୍କୁ ନିଜର ସ୍କିଲ୍ରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଏଆଇକୁ ମ୍ୟାଚ୍ କରି ମଣିଷମାନେ ନିଜର ସ୍କିଲ୍ରେ ପରିବର୍ତ୍ତନ ଆଣିପାରିଲେ ଏଆଇ ସହିତ ସେମାନଙ୍କର ଆବଶ୍ୟକତା ମଧ୍ୟ ବଜାୟ ରହିବ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ମଣିଷର ଆବଶ୍ୟକତା ସବୁଠାରୁ ଊର୍ଦ୍ଧ୍ୱର୍ରେ ।




