ଖାଇବା ଯୋଗ୍ୟ ବହି

ଖାଇବା ଯୋଗ୍ୟ ବହି
Ipsita Picture
By: Ipsita
Published On

 

ଚୀନ୍ର କୋମଳମତି ଶିଶୁଙ୍କ ମଧ୍ୟରେ ଏବେ ଏକ ଅଭିନବ ସ୍ନାକ୍ସ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି, ଯାହା ଦେଖିବାକୁ ସ୍କୁଲ ବହି କିମ୍ବା ୱାର୍କବୁକ୍ ପରି ହୋଇଥିଲେ ବି ଏହା ସମ୍ପୂର୍ଣ୍ଣ ଭାବେ ଖାଦ୍ୟଯୋଗ୍ୟ । ରାଇସ୍ ପେପରରୁ ପ୍ରସ୍ତୁତ ଏହି ସ୍ନାକ୍ସକୁ ପିଲାମାନେ ହୋମ୍ୱାର୍କବୋଲି କହୁଛନ୍ତି । ଯେଉଁଥିରେ ପାଠ୍ୟପୁସ୍ତକ, ଅଭିଧାନ, ପ୍ରମାଣପତ୍ର ଏବଂ ବ୍ୟାଙ୍କ କାର୍ଡର ଛବି ଛପାଯାଇଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ୍ ହେବା ପରେ ପିଲାମାନେ ଏହାକୁ କିଣିବା ପାଇଁ ଜିଦ୍ କରୁଛନ୍ତି ଏବଂ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଯାହାର ଗୋଟିଏ ପ୍ୟାକେଟ୍ର ଦାମ୍ ଭାରତୀୟ ମୁଦ୍ରାରେ ୬ ଟଙ୍କାରୁ ବି କମ୍ ରହିଛି । କିଛି ବିକ୍ରେତା ଏହାକୁ ମାନସିକ ଚାପ କମାଉଥିବା’  ଏବଂ ପାଠପଢ଼ାରେ ସାହାଯ୍ୟ କରୁଥିବା ଦାବି କରି ବିକ୍ରି କରୁଥିବା ବେଳେ, ଏଥିରେ ବ୍ୟବହୃତ ରଙ୍ଗକୁ ନେଇ ଚୀନ୍ ସରକାରୀ ଗଣମାଧ୍ୟମ ଓ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟଉପଯୋଗୀ ରଙ୍ଗସୁରକ୍ଷିତ ହୋଇଥିଲେ ହେଁ, ଏଥିରେ ଶିଳ୍ପକ୍ଷେତ୍ରରେ ବ୍ୟବହୃତ ହେଉଥିବା କେମିକାଲ୍ ଡାଏ ରହିଥାଇପାରେ, ଯାହା ପିଲାଙ୍କ ଯକୃତ୍  ଓ ବୃକକକୁ ଗୁରୁତର କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି ।

Tags: