ଇକୋରିଟ୍ରିଟ

ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଇକୋରିଟ୍ରିଟର ବ୍ୟବସ୍ଥା କରାଯାଉଛି । ଯେଉଥିରେ ପର୍ଯ୍ୟଟକମାନେ ଗୋଟିଏ ସ୍ଥାନରେ ରହିବା ସହିତ ଖାଇବା ଓ ସମୁଦ୍ର ତଥା ବିଭିନ୍ନ ସାଞ୍ଚୁରୀର ମଜା ନେଇ ପାରୁଛନ୍ତି । ଓଡ଼ିଶାରେ ଏହିଭଳି ଇକୋ ରିଟ୍ରିଟ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି । ଯେଉଁଠାରେ ପଇସା ଦେଇ ଆପଣ ରାତ୍ରୀଯାପନ କରିପାରିବେ । ଏହି କ୍ରମରେ କୋଣାର୍କ ଇକୋରିଟ୍ରିଟ ସବୁଠାରୁ ଆଗରେ ରହିବ । କୋଣାର୍କରେ ଖୁବ ଧୁମଧାମରେ ପାଳ ହୋଇଥାଏ ଇକୋରିଟ୍ରିଟ । […]

ଇକୋରିଟ୍ରିଟ
Samaya Live Picture
Published On

ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଇକୋରିଟ୍ରିଟର ବ୍ୟବସ୍ଥା କରାଯାଉଛି । ଯେଉଥିରେ ପର୍ଯ୍ୟଟକମାନେ ଗୋଟିଏ ସ୍ଥାନରେ ରହିବା ସହିତ ଖାଇବା ଓ ସମୁଦ୍ର ତଥା ବିଭିନ୍ନ ସାଞ୍ଚୁରୀର ମଜା ନେଇ ପାରୁଛନ୍ତି । ଓଡ଼ିଶାରେ ଏହିଭଳି ଇକୋ ରିଟ୍ରିଟ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି । ଯେଉଁଠାରେ ପଇସା ଦେଇ ଆପଣ ରାତ୍ରୀଯାପନ କରିପାରିବେ । ଏହି କ୍ରମରେ କୋଣାର୍କ ଇକୋରିଟ୍ରିଟ ସବୁଠାରୁ ଆଗରେ ରହିବ । କୋଣାର୍କରେ ଖୁବ ଧୁମଧାମରେ ପାଳ ହୋଇଥାଏ ଇକୋରିଟ୍ରିଟ । ଏଠାରେ କିଛିଦିନ ପାଇଁ ସମୁଦ୍ର ବାଲିରେ ଛୋଟଛୋଟ ଟେଣ୍ଟ ଟଣା ଯାଇ ଏଥିରେ ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥାଏ । ଏହାସହିତ ଖାଇବା ଓ ପିଇବା ପାଇଁ ମଧ୍ୟ ସମସ୍ତ ପ୍ରକାରର ବ୍ୟବସ୍ଥା ଏଠାରେ କରାଯାଇଥାଏ । କୋଣାର୍କ ଇକୋରିଟ୍ରିଟ ଭଳି ଭିତରକନିକା, ଦାରିଙ୍ଗବାଡି, ହିରାକୁଦ, ସାତକୋଶିଆ ସହିତ ସୋନପୁରରେ ମଧ୍ୟ ଆୟୋଜିତ ହୋଇଥାଏ ଇକୋ ରିଟ୍ରିଟ । ଏଠାରେ ସମସ୍ତ ପ୍ରକାରର ସୁବିଧା ପର୍ଯ୍ୟଟକଙ୍କ ପାଇଁ କରାଯାଇଥାଏ ।

Tags: