ଜିଭ ମାଲିସ ପାଇଁ ଖାଉଛନ୍ତି ପୋକ

ଜିଭ ମାଲିସ ପାଇଁ ଖାଉଛନ୍ତି ପୋକ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଉପଗ୍ରହକୁ ଜଗିବେ ବଡିଗାର୍ଡ

ଆମେରିକାର ଜଣେ ୨୪ ବର୍ଷୀୟ ଯୁବକ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ସେ ପ୍ରତିଦିନ ନିଜର ଜିଭର ମାଲିସ କରିବାକୁ ଜୀବନ୍ତ ପୋକ ଖାଉଛନ୍ତି । ପ୍ରତିଦିନ ସକାଳୁ ୧୦୦ରୁ ଅଧିକ ଜୀବନ୍ତ ପୋକ ସେ ଖାଉଛନ୍ତି । ପୋକକୁ ଖାଇବାଦ୍ବାରା ତାଙ୍କ ଜିଭର ମସାଜ ହୋଇଥାଏ ବୋଲି ଉକ୍ତ ଯୁବକ ଜଣଙ୍କ ମତ ଦେଇଛନ୍ତି । ଯେତେବେଳେ ଜୀବନ୍ତ ପୋକ ଗୁଡିକ ତାଙ୍କ ଜିଭରେ ଚାଲନ୍ତି ସେତେବେଳେ ତାଙ୍କ ଜିଭରେ ଏକ ପ୍ରକାର ଅନୁଭବ ହୋଇଥାଏ ଯାହା ଜିଭର ମାଲିସ ହୋଇଥାଏ ବୋଲି ସେ ମତ ଦେଇଛନ୍ତି । ତାଙ୍କ ମତରେ ବିଭିନ୍ନ ପ୍ରକାର ପୋକଙ୍କର ସ୍ବାଦ ଭିନ୍ନଭିନ୍ନ ହୋଇଥାଏ । ହେଲେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ରହିଛି । ଉକ୍ତ ଯୁବକଙ୍କୁ ଏବେଯାଏଁ ପୋକ ଖାଇବାଦ୍ବାରା କୌଣସି ସ୍ବାସ୍ଥ୍ୟ ସମସ୍ୟା ହୋଇନାହିଁ  ହେଲେ ଏହା ହେବାର ସମ୍ଭାବନା ରହିଛି ବୋଲି ଏକ୍ସପର୍ଟ ମତ ଦେଇଛନ୍ତି । ତେଣୁ ପୋକ ଖାଇବା ସ୍ବାସ୍ଥ୍ୟ ପାଇଁ ନିରାପଦ ନୁହେଁ ।

ସମ୍ବନ୍ଧିତ ଖବର ଜାତୀୟ ମତଦାତା ଦିବସ

Tags:

Related Posts