ବିନା ପୋଷାକରେ ରେସ୍ତୋରାଁରେ ଖାଇବା
ଆମେରିକାର ଫ୍ଲୋରିଡ଼ାସ୍ଥିତ 'ସି.ଏଲ୍.ଏ.ଏସ୍.ଏସ୍. ପ୍ରାଇଭେଟ୍ ସୋୟାରୀ ଷ୍ଟେକ୍ ହାଉସ୍'ରେ ଏକ ଅନନ୍ୟ 'ନ୍ୟୁଡ୍ ଡାଇନିଂ ଏକ୍ସପେରିଏନ୍ସ' ବା ବିନା ପୋଷାକରେ ଖାଦ୍ୟ ଖାଇବା ଆୟୋଜିତ ହେଉଛି । ଯେଉଁଠାରେ ପ୍ରତି ମାସର ପ୍ରଥମ ସୋମବାର ଗ୍ରାହକମାନେ ବିନା ବସ୍ତ୍ରରେ ରାତ୍ରିଭୋଜନ କରୁଛନ୍ତି । ଗ୍ରାହକଙ୍କ ଆକର୍ଷଣ ବୃଦ୍ଧି ପାଇଁ ଆରମ୍ଭ କରାଯାଇଥିବା ଏହି ପ୍ରାଇଭେଟ୍ ଇଭେଣ୍ଟରେ ପୁରୁଷଙ୍କ ପାଇଁ ଟିକେଟ୍ ମୂଲ୍ୟ ୨୩,୮୦୦ ଟଙ୍କା, ମହିଳାଙ୍କ ପାଇଁ ୧୪,୫୦୦ ଟଙ୍କା ଏବଂ ଦମ୍ପତିଙ୍କ ପାଇଁ ୨୮,୫୦୦ ଟଙ୍କା ରଖାଯାଇଛି । ଅତିଥିଙ୍କ ସୁବିଧା ପାଇଁ ସେମାନଙ୍କୁ ସିଟ୍ କଭର, ତଉଲିଆ ଓ ରୋବଟ ଯୋଗାଇ ଦିଆଯାଉଛି । ୧୮ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କ ପ୍ରବେଶ ନିଷେଧ ଏବଂ ବିନା ସମ୍ମତିରେ ଅନ୍ୟ କାହାକୁ ସ୍ପର୍ଶ କରିବା ଉପରେ କଡ଼ା କଟକଣା ଲଗାଯାଇଛି । ଏହି ଆଇନଗତ କାର୍ଯ୍ୟକ୍ରମରେ ଗ୍ରାହକଙ୍କୁ ସହଜ ଅନୁଭବ କରାଇବାକୁ ହୋଷ୍ଟେସ୍ ବିନା ବସ୍ତ୍ରରେ ସ୍ୱାଗତ କରୁଥିବା ବେଳେ, ଖାଦ୍ୟ ପରିବେଷଣ କରୁଥିବା ୱେଟର୍ ଓ ଅନ୍ୟାନ୍ୟ ଷ୍ଟାଫ୍ମାନେ ସମ୍ପୂର୍ଣ୍ଣ ବସ୍ତ୍ର ପରିଧାନ କରି କାର୍ଯ୍ୟ କରୁଛନ୍ତି ।




