୨୫୫ କୋଟିର ଅଣ୍ଡା

୨୫୫ କୋଟିର ଅଣ୍ଡା
Ipsita Picture
By: Ipsita


ସାଧାରଣତଃ ଅଣ୍ଡାର ଦାମ ୧୦ ଟଙ୍କା ହୋଇଥାଏ, ହେଲେ ବର୍ତ୍ତମାନ ଏକ ଅଣ୍ଡା ଖୁବ ଚର୍ଚ୍ଚାରେ ରହିଛି । ତେବେ ଏହି ଅଣ୍ଡାଟି କୁକୁଡା ନୁହେଁ ବରଂ ରନିଖଚିତ ଅଣ୍ଡା । ଏହାକୁ ୧୮୮୫ରୁ ୧୯୧୭ ମଧ୍ୟରେ ନିର୍ମାଣ କରାଯାଇଥିଲା । ଏହି ଅଣ୍ଡାର ସଂଖ୍ୟା ପ୍ରସ୍ତୁତ ହେବା ସମୟରେ ୫୦ରୁ ଅଧିକ ଥିଲା, ହେଲେ ବର୍ତ୍ତମାନ ଏହାର ସଂଖ୍ୟା ଆଉ ମାତ୍ର ୪୩ଟି ଅଛି । ଏହି ଅଣ୍ଡା ରୁସର ରାଜ ପରିବାରଙ୍କ ପାଇଁ ଇଷ୍ଟର ଉପହାର ପାଇଁ ନିର୍ମାଣ କରାଯାଇଥିଲା । ଲଣ୍ଡନରେ ଗୋଟିଏ ସ୍ଥାନରେ ଏହି ଅଣ୍ଡାର ନିଲାମୀ କରାଯାଇଛି, ଯେଉଁଠାରେ ଏହା ୨୫୫ କୋଟିରେ ବିକ୍ରି ହୋଇଛି । ଏହି ଅଣ୍ଡାର ନାମ ଦି ଉଇଣ୍ଟର ଏଗ ରଖାଯାଇଛି । ଯାହା ଏକ କ୍ରିଷ୍ଟାଲ ଫ୍ୟାବର୍ଜ ଏଗ । ସେହିଭଳି ଏହି ଅଣ୍ଡାଟି ଏତେ ସୁନ୍ଦର ହୋଇଛି କି ଏହାର ତୂଳନା ମୋନା ଲିସା ପେଣ୍ଟିଂ ସହିତ କରାଯାଉଛି । ଏହି ଅଣ୍ଡାଟିକୁ ରକ୍‌ ଖ୍ରିଷ୍ଟାଲରେ ପ୍ରସ୍ତୁତ କରାଯାଇଛି ଯାହା ଉପରେ ପ୍ଲାଟିନମ୍‌ ଲଗା ଯାଇଛି । ସେହିଭଳି ଅଣ୍ଡା ଉପରେ ୪୫୦୦ଟି ଛୋଟଛୋଟ ହିରା ଖଞ୍ଜା ଯାଇଛି । ଯାହାର ଲମ୍ବା ୪ଇଞ୍ଚ ରହିଛି । ଏହା ଦେଖିବାକୁ ପୂରା କାଚ ଭଳି । ସେହିଭଳି ଏହି ଅଣ୍ଡାକୁ ମହିଳା ଡିଜାଇନର ଅଲ୍ମା ପିହଲ ନିର୍ମାଣ କରିଛନ୍ତି । ଅଣ୍ଡା ଭିତରେ ଏକ ଫୁଲର ଛୋଟ ଦାନି ରହିଛି, ଯାହା ଦେଖିବାକୁ ଖୁବ ସୁନ୍ଦର । ୧୯୧୩ରେ ରୁସର ରାଜା ଜାର ନିକୋଲସ ଦ୍ୱିତୀୟ ନିଜ ମାଆଙ୍କୁ ଇଷ୍ଟରରେ ଏହି ଅଣ୍ଡାଟି ଉପହାରରେ ଦେଇଥିଲେ ।

Read More ଖାଲି ବସିବାକୁ ଅର୍ଥ

Tags:

Related Posts