ଭୂକମ୍ପ ନିରୋଧୀ ଘର

ଭୂକମ୍ପ ନିରୋଧୀ ଘର
Ipsita Picture
By: Ipsita


ଜାପାନରେ ଅନେକ ସମୟରେ ଭୂକମ୍ପ ଆସୁଥିବାର ଦେଖିବାକୁ ମିଳିଥାଏ । ଥରେ ଭୂକମ୍ପ ଆସିଲେ ସେଠାରେ ଅନେକ କିଛି କ୍ଷୟକ୍ଷତି ହୋଇଥାଏ । ଅନେକ ବଡବଡ ବିଲ୍ଡିଂ ମାଟିରେ ମିଶିଯାଇଥାଏ । ତେବେ ଏହାକୁ ଦୃଷ୍ଟିରେ ରଖି ଏକ କମ୍ପାନୀ ନୂଆ ଟେକ୍ନୋଲୋଜିର ନିର୍ମାଣ କରିଛି । ଯାହା ଘରଗୁଡିକ ମାଟିରୁ କିଛି ବାଟ ଉପରକୁ ଟେକିବାରେ ସକ୍ଷମ । ଯାହାଫଳରେ ଭୂକମ୍ପ ଝଟକାରେ ମଧ୍ୟ ଘର ସୁରକ୍ଷିତ ରହିବ । ଏହି ସିଷ୍ଟମର ନାଁ ରଖାଯାଇଛି ଏୟାର ଡ୍ୟାନସିନ ସିଷ୍ଟମ । ତେବେ ଘରଗୁଡିକ ଖାଲି ଭୂକମ୍ପ ଅନୁଭୁତ ହେବା ସମୟରେ ହିଁ ଉପରେ ଭାସିବ, ନଚେତ ଏହା ମାଟି ଉପରେ ହିଁ ଅନ୍ୟ ଘର ଭଳି ରହିବ । ଭୂକମ୍ପର ଅନୁଭୂତ ହେବାକ୍ଷଣି ଏହା ମାଟି ଛାଡି ଉପରକୁ କିଛି ସେଣ୍ଟିମିଟର ଉଠିଯିବ । ଏହି ଘରର ତଳଭାଗରେ ଏକ ଖାସ ଧରଣର ଏୟାର ଚାମ୍ବର ଓ ସେନ୍ସର ଲାଗିଛି । ସେନ୍ସରରେ ଭୂକମ୍ପର ଝଟକା ଲାଗିବା କ୍ଷଣି ଏହା କମ୍ପ୍ରେସ୍ଡ ଏୟାର ରିଲିଜ କରିଥାଏ । ଯାହାଫଳରେ ପୂରା ଘର ମାଟି ଉପରୁ ୩ ସେଣ୍ଟିମିଟର ପବନରେ ଉଠିଯାଇଥାଏ । ଭୂକମ୍ପ ରହିବା ପରେ ଧୀରେଧୀରେ ସେ ତଳକୁ ଆସିଥାଏ । ଏହି ଟେକ୍ନୋଲୋଜି ଇନ୍‌ଷ୍ଟାଲ କରିବା ପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ଆସିବ । ଜାପାନରେ ଅନେକ ଘରେ ଏହି ସିଷ୍ଟମ ଇନଷ୍ଟାଲ ହୋଇଥିବା ସୂଚନା ରହିଛି ।

ସମ୍ବନ୍ଧିତ ଖବର ମାରାଥନରେ ବତକ

Tags:

Related Posts