ବିଲୁପ୍ତ ହୋଇଯିବେ ସରୀସୃପ !
ପ୍ରାକୃତିକ ପରିବର୍ତ୍ତନ ଧୀରେଧୀରେ ସମସ୍ତଙ୍କୁ ଡରାଇବାରେ ଲାଗିଛି । ଏ ସମ୍ପର୍କିତ ଏଭଳି ଅନେକ ତଥ୍ୟ ସାମନାକୁ ଆସୁଛି ଯାହା ପରିବେଶବିତ୍ଙ୍କୁ ଚିନ୍ତାରେ ପକାଉଛି । ପତ୍ରିକା ନେଚର୍ ହାଇଲାଇଟସ୍ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଦୁନିଆରେ ଥିବା ବିଭିନ୍ନ ସରୀସୃପ ପ୍ରଜାତି ବିଲୁପ୍ତ ସ୍ଥିତିରେ ଅଛନ୍ତି । ଏହି ଗବେଷଣା ଅନୁଯାୟୀ ପ୍ରାୟ ୧୦ ହଜାର ୧୯୬ ସରୀସୃପ ପ୍ରଜାତିରୁ ୧ ହଜାର ୮୨୯ ପ୍ରଜାତି ବିଲୁପ୍ତ ସ୍ଥିତିରେ ଥିବା ଆକଳନ କରାଯାଉଛି । ଏହି ତାଲିକାରେ […]
ପ୍ରାକୃତିକ ପରିବର୍ତ୍ତନ ଧୀରେଧୀରେ ସମସ୍ତଙ୍କୁ ଡରାଇବାରେ ଲାଗିଛି । ଏ ସମ୍ପର୍କିତ ଏଭଳି ଅନେକ ତଥ୍ୟ ସାମନାକୁ ଆସୁଛି ଯାହା ପରିବେଶବିତ୍ଙ୍କୁ ଚିନ୍ତାରେ ପକାଉଛି । ପତ୍ରିକା ନେଚର୍ ହାଇଲାଇଟସ୍ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଦୁନିଆରେ ଥିବା ବିଭିନ୍ନ ସରୀସୃପ ପ୍ରଜାତି ବିଲୁପ୍ତ ସ୍ଥିତିରେ ଅଛନ୍ତି ।

ଏହି ଗବେଷଣା ଅନୁଯାୟୀ ପ୍ରାୟ ୧୦ ହଜାର ୧୯୬ ସରୀସୃପ ପ୍ରଜାତିରୁ ୧ ହଜାର ୮୨୯ ପ୍ରଜାତି ବିଲୁପ୍ତ ସ୍ଥିତିରେ ଥିବା ଆକଳନ କରାଯାଉଛି । ଏହି ତାଲିକାରେ ୪୧ ପ୍ରତିଶତ ଉଭୟଚରପ୍ରାଣୀ, ୨୧ପ୍ରତିଶତ ସ୍ତନ୍ୟପାୟୀ, ୧୪ ପ୍ରତିଶତ ପକ୍ଷୀ, ୫୮ ପ୍ରତିଶତ କୁମ୍ଭୀର, ୫୦ ପ୍ରତିଶତ କଇଁଛ ପ୍ରଜାତି ସାମିଲ ଅଛନ୍ତି ।

ଏସିଆର ଦକ୍ଷିଣଭାଗ, ଭାରତ, ପଶ୍ଚିମଆଫ୍ରିକା ଏବଂ କ୍ୟାରେବିଆନ ଅଞ୍ଚଳ ହେଲା ସର୍ବାଧୀକ ୧୫ ପ୍ରତିଶତ ଅଞ୍ଚଳ ଯେଉଁଠି ଏହି ସମସ୍ୟା ଅଧିକା । ତେବେ ଜଙ୍ଗଲ ଅଞ୍ଚଳରେ ବାସ କରୁଥିବା ସରୀସୃପଙ୍କ ତୁଳନାରେ ସୁଖାଅଞ୍ଚଳର ସରୀସୃପ ଅଧିକା ସୁରକ୍ଷିତ ।

ତେବେ ଏହାର କାରଣ ବିଭିନ୍ନ ପ୍ରକାରର ରହିଛି, ଏହାକୁ ଖୁବ୍ ଜଲଦି ଧ୍ୟାନ ଦେବା ପାଇଁ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।




