ମାରାଥନରେ ବତକ

ମାରାଥନରେ ବତକ
Ipsita Picture
By: Ipsita



ଦୁନିଆରେ ବିଭିନ୍ନ ପ୍ରକାରର ମାରାଥନ ଅନୁଷ୍ଠିତ ହୋଇଥାଏ । ତେବେ ଗୋଟିଏ ବତକ କେବେ ମାରାଥନ ଦୌଡିବ ଏକଥା କେହି କଳ୍ପନା ବି କରିନଥିବେ । ହେଲେ ନ୍ୟୁୟର୍କରେ ଏଭଳି ବିରଳ ଘଟଣା ଦେଖିବାକୁ ମିଳିଥିଲା । କେବଳ ବତକ ଏହି ମାରାଥନରେ ଭାଗନେଇଥିଲା ତାହା ନୁହେଁ, ତାକୁ ମେଡାଲ ବି ମିଳିଥିଲା । ବତକଟିର ନାଁ ରିଙ୍କିଲ୍‌ ହୋଇଥିବାବେଳେ ପୂର୍ବବର୍ଷ ମଧ୍ୟ ତାର ମାରାଥନ ଦୌଡ ଭାଇରାଲ ହୋଇଥିଲା । ପୂର୍ବଥର ସେ ନ୍ୟୁୟର୍କ ସିଟି ମାରାଥନରେ ଭାଗନେଇଥିବା ବେଳେ ଚଳିତଥର ଲଙ୍ଗ ଆଇଲାଣ୍ଡ ମାରାଥନରେ ଭାଗ ନେଇଥିଲା । ଏ ନେଇ ଏକ ଭିଡିଓ ବତକଟିର ଇନଷ୍ଟାପେଜ୍‌ରେ ଅପଲୋଡ ହେବା ପରେ ଭାଇରାଲ ହେବାରେ ଲାଗିଛି । ଏହି ମାରାଥନରେ ବତକ ଛଡା ମଣିଷ ବି ଭାଗନେଇଥିବାବେଳେ, ବତକଟିର ରେସିଂ ନମ୍ବର ୩୩୨ ରହିଥିଲା ।

Read More କଇଁଛ ଠେକୁଆ

Tags: